scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଥମୁନି ଫ୍ରାନ୍ସ ହିଂସା, ନିନ୍ଦା କଲେ ରାଷ୍ଟ୍ରପତି ମାକ୍ରୋନ୍, ଘୋଷଣା ହେଇପାରେ ଏମାର୍ଜେନ୍ସି

30/06/2023 at 7:17 PM

ପ୍ୟାରିସ: ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉ ନାହିଁ। ପ୍ରବଳ ହିଂସା ଯୋଗୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଅଧାରୁ ୟୁରୋପିୟନ ୟୁନିୟନ ବୈଠକ ଛାଡ଼ି ଫେରିବାକୁ ପଡ଼ିଛି। ଜରୁରୀକାଳୀନ ବୈଠକ ଡାକିବା ପାଇଁ ମାକ୍ରୋନ୍‌ ଇୟୁ ବୈଠକ ଛାଡ଼ିଥିବା ସୂଚନା ମିଳିଛି।

ତେବେ ତା ପୂର୍ବରୁ ଘଟଣାରେ ପ୍ରତିକ୍ରିୟା ରଖି ମାକ୍ରୋନ ହିଂସାକୁ ନିନ୍ଦା କରିଛନ୍ତି। ଦଙ୍ଗା ବନ୍ଦ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ନିଜର ପିଲାମାନଙ୍କୁ ଦଙ୍ଗାରେ ସାମିଲ୍ ହେବାକୁ ନ ଛାଡ଼ିବାକୁ ମାକ୍ରୋନ୍ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହ ସୋସିଆଲ ମିଡିଆରୁ ସମ୍ବେଦନଶୀଳ ଦଙ୍ଗା ସାମଗ୍ରୀ ହଟାଇବାକୁ ମାକ୍ରୋନ୍ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ଶୁକ୍ରବାର ଦେଶରେ ଏମାର୍ଜେନ୍ସି ଘୋଷଣା କରିବା ନେଇ ବିଚାର କରୁଥିବା କହିଛନ୍ତି। ପୋଲିସ ଗୁଳିରେ ଜଣେ ଯୁବକଙ୍କ ହତ୍ୟା ହେବା ପରେ ତିନି ଦିନ ଦଙ୍ଗା ଜାରି ରହିଛି। ତେଣୁ ସବୁ ବିକଳ୍ପ ଦେଖିବା ପରେ ସମସ୍ତ ନିର୍ଦ୍ଦେସ ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଚିନ୍ତା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

The French government said it is considering all options to restore order

ପଢ଼ନ୍ତୁ –ବିକ୍ଷୋଭକାରୀଙ୍କ ଆକ୍ରୋଶରେ ଜଳୁଛି ଫ୍ରାନ୍ସ; ଯୁବକଙ୍କୁ ଗୁଳି ମାରିଥିବା ପୋଲିସକର୍ମୀଙ୍କ ବିରୋଧରେ ମାମଲା

ତିନି ଦିନ ହେଲାଣି ଜଳୁଛି ଫ୍ରାନ୍ସ। ପୋଲିସ ଗୁଳିରେ ୧୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ଫ୍ରାନ୍ସ ରାସ୍ତାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ସଂଖ୍ୟାରେ ଲୋକ ପ୍ୟାରିସ୍ ରାଜରାସ୍ତାରେ ବିକ୍ଷୋଭ କରିବା ସହ ପୋଡ଼ାଜଳା ଓ ଭଙ୍ଗାରୁଜା କରୁଛନ୍ତି। ଶତାଧିକ ବିଲ୍ଡିଂ ଉପରେ ପଥର ମାଡ଼ କରାଯାଇଛି। ହିଂସାକୁ ରୋକିବା ପାଇଁ ପ୍ରାୟ ୪୦ ହଜାର ପୋଲିସ ମୁତୟନ ହୋଇଛନ୍ତି। ଆଗକୁ ଆହୁରି ପୁଲିସ ମୁତୟନ କରିବା ସହିତ ଦେଶରେ ଏମାର୍ଜେନ୍ସି ଘୋଷଣା କରାଯାଇପାରେ  ବୋଲି କୁହାଯାଉଛି। ପୋଲିସ ଓ ବିକ୍ଷୋଭକାରୀଙ୍କ ଠେଲାପେଲାରେ ପ୍ରାୟ ୧୭୦ ପୋଲିସକର୍ମୀ ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ୧୮୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ  କରିଛି।

ସୂଚନା ଅନୁସାରେ, ଗତ ୨୭ ତାରିଖରେ ଫ୍ରାନ୍ସର ନାଣ୍ଟେରର ଏକ ରାସ୍ତାରେ ଦୁଇ ପୋଲିସ ଅଧିକାରୀ ଏକ ହଳଦିଆ ରଙ୍ଗର କାର୍‌କୁ ଅଟକାଇଥିଲେ। କାର୍‌ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ପୋଲିସ୍ କହିବା ପରେ ସେଠାରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ୧୭ ବର୍ଷୀୟ ନାହେଲ ସେଠାରୁ ଗାଡ଼ି ଚଲାଇ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଜଣେ ପୁଲିସ ତାଙ୍କ ମୁଣ୍ଡକୁ ଗୁଳି କରିଦେଇଥିଲେ।

ପଢ଼ନ୍ତୁ –ମଣିପୁରରେ ସେନା-ଦଙ୍ଗାକାରୀ ମୁହାଁମୁହିଁ; ୨ ସନ୍ଦିଗ୍ଧ ମୃତ, ୫ଜଣ ଆହତ

ଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଗୁଳି ବାଜିଥିବାରୁ ନାହେଲଙ୍କ ମୃତ୍ୟୁ ଘଟିଥିଲା । ନାହେଲ ପୁଲିସ କର୍ମୀଙ୍କ ଉପରେ କାର୍‌ ଚଢ଼ାଇଦେବାକୁ ଉଦ୍ୟମ କରିଥିବା ପୋଲିସ ପ୍ରଥମେ କହିଥିଲା । ହେଲେ ଘଟଣାର ଭିଡିଓ ସାମ୍‌ନାକୁ ଆସିବା ପରେ ପୋଲିସ ମିଛ କହୁଥିବା ଜଣାପଡ଼ିଥିଲା । ପୋଲିସ ଗାଡ଼ିକୁ ଅଟକାଇ ଡୋର୍‌ ପଟେ ଗୁଳି ଚଳାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାକୁ ନେଇ ଜନଆକ୍ରୋଶ ତୀବ୍ର ହୋଇଛି ।

   Related Posts