oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

French Open: ୧୪ତମ ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଲେ ରେଡ୍ କୋର୍ଟର ବାଦଶାହା ରାଫେଲ ନାଦାଲ

5/06/2022 at 10:00 PM

ନୂଆଦିଲ୍ଲୀ; ରେଡ୍ କୋର୍ଟର ବାଦଶାହା ସ୍ପେନର ରାଫେଲ ନାଦାଲ ରେକର୍ଡ ୧୪ମ ଫ୍ରେଞ୍ଚ ଓପନ ଚାମ୍ପିଅନ ହୋଇଛନ୍ତି। ସେ ରବିବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ନରଓ୍ଵେର କ୍ୟାସପର ରୁଡଙ୍କୁ ଏକତରଫା ଭାବେ ହରାଇଛନ୍ତି। ୩୬ ବର୍ଷୀୟ ନାଦାଲ ତିନି ସେଟ୍ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୩, ୬-୩, ୬-୦ରେ ରୁଡଙ୍କୁ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ମୁକାବିଲା ଦୁଇ ଘଣ୍ଟା ୧୮ ମିନିଟ୍ ଧରି ଚାଲିଥିଲା। ନାଦାଲ ନିଜ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଛନ୍ତି। ନାଦାଲ  ଏ ପର୍ଯ୍ୟନ୍ତ ଫ୍ରେଞ୍ଚ ଓପନ ଫାଇନାଲରେ ହାରି ନାହାନ୍ତି। ସେ ଏହି ରେକର୍ଡକୁ ବଜାୟ ରଖିଛନ୍ତି।

୨୦୦୫ରେ ପ୍ରଥମ ଥର ଜିତିଥିଲେ ଟାଇଟଲ୍

ନାଦାଲ ପ୍ରଥମ ଥର ୨୦୦୫ରେ ଏହି ଟାଇଟଲ୍ ନିଜ ନାମରେ କରିଥିଲେ। ଏହା ପରେ ୨୦୦୬, ୨୦୦୭, ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୨ରେ ଚାମ୍ପିଅନ ହୋଇଥିଲେ। ସେ ଚାରି ଥର ୟୁଏସ ଓପନ, ଦୁଇ ଥର ଅଷ୍ଟ୍ରେଲିଆନ ଓପନ ଏବଂ ଦୁଇ ଓ୍ଵିମ୍ବଲଣ୍ଡନ ଓପନ ଟାଇଟଲ୍ ନିଜ ନାମରେ କରିଛନ୍ତି।

ସବୁଠୁ ଅଧିକ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ଜିତିବା ମାମଲାରେ ନାଦାଲ ଦୁନିଆର ଏକ ନମ୍ବର ବ୍ୟାଟସମ୍ୟାନ। ତାଙ୍କ ନାମରେ ୨୨ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ରହିଛି। ସ୍ଵିଜରଲାଣ୍ଡର ରୋଜର ଫେଡେରର ଏବଂ ସର୍ବିଆର ନୋଭାକ ଜୋକୋଭିକ ମିଳିତ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଉଭୟ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ଫେଡେରର ୨୦୧୮ ପରଠୁ ଥରୁଟିଏ ବି ଚାମ୍ପିଅନ ହୋଇ ନାହାନ୍ତି। ସେ ଶେଷ ଥର ଅଷ୍ଟ୍ରେଲିଆନ ଓପନ ଜିତିଥିଲେ। ଅନ୍ୟପଟେ ଜୋକୋଭିକ ଗତ ବର୍ଷ ଓ୍ଵିମ୍ବଲଣ୍ଡନ ଓପନ ଜିତିବାରେ ସଫଳ ହୋଇଥିଲେ।

ନାଦାଲଙ୍କୁ ଚଳିତ ଫ୍ରେଞ୍ଚ ଓପନ ସେମି ଫାଇନାଲରେ ଜର୍ମାନୀର ଆଲେକଜାଣ୍ଡାର ଜ୍ଵେରେଭଙ୍କ ବିପକ୍ଷରେ ଓ୍ଵାକଓଭର ମିଳିଥିଲା। ଜ୍ଵେରେଭ ଆହତ କାରଣରୁ ମ୍ୟାଚରୁ ଓହରି ଯାଇଥିଲେ। ତାଙ୍କୁ ହ୍ଵିଲ ଚେୟାରରେ ବାହାରକୁ ଯିବାକୁ ପଡିଥିଲା। ଅପରପକ୍ଷେ ସେମି ଫାଇନାଲ ମୁକାବିଲାରେ କ୍ୟାପସର ରୁଡ କ୍ରୋଏସିଆର ମାରିନ ସିଲିଚଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ରୁଡ କୌଣସି ବି ଗ୍ରାଣ୍ଡସ୍ଲାମର ଫାଇନାଲରେ ପହଞ୍ଚିବାରେ ନରଓ୍ଵେର ପ୍ରଥମ ଖେଳାଳି।

   Related Posts