oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଫ୍ରାନ୍ସର ସିଷ୍ଟର ଆନ୍ଦ୍ରେ ହେଲେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା

26/04/2022 at 6:16 PM

ପ୍ୟାରିସ୍ ୨୬।୪: ବିଶ୍ୱର ବୟୋଜ୍ୟେଷ୍ଠ ବ୍ୟକ୍ତି ଜାପାନାର କେନ ତନାକାଙ୍କ ପରଲୋକ ହୋଇଛି। ୧୧୯ ବର୍ଷ ବୟସରେ ସେ ଇହଲିଳା ସମ୍ବରଣ କରିଛନ୍ତି।  କେନ ତନାକାଙ୍କ ପରଲୋକ ପରେ ଏବେ ଫ୍ରାନସର ଲୁସିଲେ ରେନଡନ ( ସିଷ୍ଟର ଆନ୍ଦ୍ରେ) ବିଶ୍ୱର ଜୀବିତ ବୟୋଜ୍ୟଷ୍ଠ ମହିଳା ପାଲଟିଛନ୍ତି।   ସିଷ୍ଟର ଆନ୍ଦ୍ରେଙ୍କ ବୟସ ଏବେ ୧୧୮ ବର୍ଷ ୭୩ ଦିନ। କେନ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁଓକା କ୍ଷେତ୍ରରେ ୨ ଜାନୁୟାରୀ ୧୯୦୩ ମସିହାରେ ଜନ୍ମଗ୍ରହଣ କରିଥିଲେ। କେନଙ୍କ ଜନ୍ମ ବର୍ଷ  ରାଇଟ ବ୍ରଦର୍ସ ନିଜେ ତିଆରିଥିବା ବିମାନରେ ପ୍ରଥମ ଥର ଉଡାଣ କରିଥିଲେ। ସେହିବର୍ଷ ନୋବେଲ ପୁରସ୍କାର ପାଇବାରେ ମେରିକ୍ୟୁରୀ ବିଶ୍ୱର ପ୍ରଥମ ମହିଳା ଥିଲେ। ତେବେ ୧୯ ଏପ୍ରିଲ ୨୦୨୨ରେ କେନ୍‌ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କେନଙ୍କ ପରଲୋକ ପରେ ବୟସରେ ତାଙ୍କଠୁ ସାମାନ୍ୟ କମ ଫ୍ରାନସର ସିଷ୍ଟର ଅନ୍ଦ୍ରେ ଏବେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା ପାଲଟିଛନ୍ତି। ସିଷ୍ଟର ଆନ୍ଦ୍ରେଙ୍କ ପଛକୁ ଅଛନ୍ତି ଜଣେ ପୋଲାଣ୍ଡ ମହିଳା। ଯାହାଙ୍କ ବୟସ ଏବେ ୧୧୫ ବର୍ଷ। ଏହି ସୂଚନା ଆଇଡିଏଲଙ୍କ କମ୍ପ୍ୟୁଟର ବୈଜ୍ଞାନିକ ଲରେଣ୍ଟ ଟୋଉସେଣ୍ଟ ଦେଇଛନ୍ତି। ୧୧ ଫେବୃଆରୀ ୧୯୦୪ରେ ଜନ୍ମିତ ସିଷ୍ଟର ଆନ୍ଦ୍ରେଙ୍କ ପ୍ରକୃତ ନାମ ହେଉଛି ଲୁସିଲେ ରେନଡୋନ। ଅର୍ଥାତ ପ୍ରଥମ ବିଶ୍ୱଯୁଦ୍ଧର ୧ ଦଶନ୍ଧୀ ପୂର୍ବରୁ ସିଷ୍ଟର ଆନ୍ଦ୍ରେ ଭୂ-ମଧ୍ୟସାଗରୀୟ ଉପକୂଳର ଏକ ନର୍ସିଂ ହୋମରେ ବେଶ ସ୍ୱଚ୍ଛାନ୍ଦ୍ୟ ଜୀବନ ଅତିବାହୀତ କରୁଥିଲେ।

ହୋମସ୍ କମ୍ୟୁନିକେସନ ନିର୍ଦ୍ଦେଶକ ଡେଭିଡ ତାଭେଲ୍ଲା ସିଷ୍ଟର ଆନ୍ଦ୍ରେଙ୍କୁ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା ହୋଇଥିବା ଜଣାଇବା ପରେ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଆନ୍ଦ୍ରେଙ୍କୁ ଆଉ ଆଗଭଳି ଏତେ ଭଲ ଦିଶୁ ନାହିଁ। ହେଲେ କମ୍‌ ଦିଶୁଥିଲେ ବି ସେ ନିଜ କାମ ସ୍ୱଭାବିକ କରିପାରୁଛନ୍ତି। ତାଙ୍କର ଉଦ୍ଦେଶ୍ୟ ସେ ଜିନ କେଲମେଣ୍ଟଙ୍କ ରେକର୍ଡକୁ କାଟିବେ। କେଲମେଣ୍ଟ ମଧ୍ୟ ଫ୍ରାନ୍ସର,  ସେ ଦୀର୍ଘ ୧୨୨ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ। ତାଙ୍କର ପରଲୋକ ୧୯୯୭ ମସିହାରେ ହୋଇଥିଲା।

ଡଟର୍ସ ଅଫ ଚ୍ୟାରିଟିର ଧାର୍ମିକ ଶପଥ ଗ୍ରହଣ ପୂର୍ବରୁ ସିଷ୍ଟର ଆନ୍ଦ୍ରେ ପ୍ୟାରିସରେ ଗଭର୍ଣ୍ଣେସ ଭାବେ ଚାକିରୀ କରୁଥିଲେ। ଏହି ଦିନଗୁଡିକୁ ସେ ତାଙ୍କ ଜୀବନର ସବୁଠୁ ସ୍ୱର୍ଣ୍ଣିମ ସମୟ ଥିବାର କୁହନ୍ତି। ସବୁଠୁ ଅଧିକ ବୟଷ୍କ ଲୋକେ ଜାପାନର ଓକିନୋଆରେ ବସବାସ କରନ୍ତି। ଏଠାରେ ଶତାୟୁଙ୍କ ସଂଖ୍ୟା ଢେର ଅଧିକ। ଏଣୁ ଏହି ଅଞ୍ଚଳକୁ ବିଶ୍ୱର ବ୍ଲୁ ଜୋନ ବୋଲି କୁହାଯାଏ।

କେବଳ ଜାପାନ ନୁହେଁ ଇଟାଲିର ସାର୍ଡିନିଆ ଆଇଲ୍ୟାଣ୍ଡ ମଧ୍ୟ ବିଶ୍ୱର ଅନ୍ୟତମ ବ୍ଲୁ ଜୋନ ଯେଉଁଠି ଶତାୟୁଙ୍କ ସଂଖ୍ୟା ବେଶ୍ ଅଧିକ। ତେବେ ସବୁଠୁ ଆଶ୍ଟର୍ଯ୍ୟର କଥା ହେଉଛି ଫ୍ରାନ୍ସ ବ୍ଲୁ ଜୋନରେ ନଥାଇ ମଧ୍ୟ ବିଶ୍ୱର ବୟୋଜ୍ୟେଷ୍ଠ ଲୋକେ ଏଠାରେ ଅଛନ୍ତି। ପରିସଂଖ୍ୟାନ ସଂସ୍ଥାନ ଇନସିଙ୍କ ଅନୁସାରେ ଏଠାରେ ଏପରି ୩୦ ହଜାର ଲୋକେ ଅଛନ୍ତି ଯେଉଁମାନଙ୍କ ବୟସ ଶହେ ବର୍ଷ। ତେବେ ୧୧୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ଲୋକଙ୍କ ସଂଖ୍ୟା ଏଠାରେ ୩୦ରୁ ୪୦ ମଧ୍ୟରେ ରହିଛି।

   Related Posts