ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍: ଦୁଇଟି ବଗି ଦୁର୍ଘଟଣାଗ୍ରସ୍ତ
5/03/2023 at 9:35 PM

ରାୟଗଡ଼ା, ୦୫/୦୩: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। କେଉଟଗୁଡ଼ା ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଯୋଗୁଁ ଦାମନଯୋଡିରୁ ରାୟଗଡ଼ା ଆସୁଥିବା ମାଲବାହୀ ଟ୍ରେନ୍ର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ କୋରାପୁଟ-ରାୟଗଡ଼ା ରେଳପଥରେ ରେଳ ଚଳାଚଳ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ଦାମନଯୋଡ଼ି ସ୍ଥିତ ନାଲକୋ କାରଖାନାକୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ୍ କେଉଟଗୁଡ଼ା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଟ୍ରେନ୍ର ଦୁଇଟି ବଗିର ଆଠଟି ଚକ ରେଳ ଧାରଣାରୁ ତଳକୁ ଖସି ପଡ଼ିଛି।
ତେବେ ଏହା ସିଙ୍ଗିଲ୍ ଲେନ୍ ବିଶିଷ୍ଟ ରେଳ ଲାଇନ୍ ହୋଇଥିବାରୁ କୋରାପୁଟ-ରାୟଗଡ଼ା ରେଳପଥ ପ୍ରଭାବିତ ହୋଇଛି। ଫଳରେ ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ଗୁଡ଼ିକ ଅଟକି ରହିଛି। ମୁଖ୍ୟତଃ ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକ ଅଟକି ରହିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି। ଖବରପାଇ ରାୟଗଡ଼ା ଠାରୁ ଦୁର୍ଘଟଣା ସ୍ଥଳକୁ ଉଦ୍ଧାର ଟିମ୍ ଘଟଣାସ୍ଥଳକୁ ପଠାଯାଇଛି।