‘ଅଭିବ୍ୟକ୍ତିର ସ୍ଵାଧୀନତା ନାଁରେ ହିନ୍ଦୁ ଦେବା-ଦେବୀଙ୍କ  ପ୍ରତି ଏମିତି ଅସମ୍ମାନ କାହିଁକି’

Published By : Prameya-News7 Bureau | July 05, 2022 IST

ମୁମ୍ବାଇ: କଣ ଅଭିବ୍ୟକ୍ତିର ସ୍ଵାଧୀନତା ପାଇଁ ହିନ୍ଦୁ ଦେବାଦେବୀ  ଠିକା ନେଇଛନ୍ତି। କଣ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଯାହା ପାରିବ ତାହା ମନ୍ତବ୍ୟ ଦେବ ଏବଂ ଚିତ୍ରଣ କରିବ। ଆଉ ଏହାକୁ କହିବ ଅଭିବ୍ୟକ୍ତିର ସ୍ଵାଧୀନତା। ମଙ୍ଗଳବାର ମା କାଳୀଙ୍କ ବିବାଦୀୟ ପୋଷ୍ଟର ଉପରେ ଏମିତି କଡା ଶବ୍ଦରେ କହିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ଏକ ଡକ୍ୟୁମେଣ୍ଟାରୀରେ ଜାରି ପୋଷ୍ଟରରେ ମା କାଳୀ ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଛି।

ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟୁଇଟ୍ କରି କହିଛନ୍ତି, ଅଭିବ୍ୟକ୍ତିର ସ୍ଵାଧୀନତା ହିନ୍ଦୁ ଦେବାଦେବୀଙ୍କ ପାଇଁ ସଂରକ୍ଷିତ ହୋଇ ପାରିବ ନାହିଁ। ବାକି ଧର୍ମ ପ୍ରତି ଅସମ୍ମାନ କରାଯାଉ ନାହିଁ। ମୁଁ ମା କାଳୀଙ୍କ ପୋଷ୍ଟରରେ ମର୍ମାହତ। ସବୁ ଧର୍ମ ପାଇଁ ସମ୍ମାନ ହେବା ଉଚିତ୍।

ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କ ଡକ୍ୟୁମେଣ୍ଟାରୀ ‘କାଳୀ’ଙ୍କ ପୋଷ୍ଟରକୁ ନେଇ ବିବାଦ ବଢିବାରେ ଲାଗିଛି। ଜୁଲାଇ ୨ରେ ରିଲିଜ୍ ଏହି ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ୍  ପିଇବା ଏବଂ ହାତରେ LGBTQ ର ପତାକା ଧରିଥିବା ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟରକୁ କାନାଡାରେ ଆୟୋଜିତ ଏକ ପ୍ରୋଜେକ୍ଟ ‘ଅଣ୍ଡର ଦ ଟେଣ୍ଟ’ରେ ଟୋରଣ୍ଟୋର ଆଗା ଖାନ ମ୍ୟୁଜିୟମରେ ପ୍ରଦର୍ଶିତ କରାଯାଇଥିଲା।

ମା କାଳୀ ହେଉଛନ୍ତି ମାଂସ ଖାଉଥିବା ଏବଂ ମଦକୁ ସ୍ଵୀକାର କରୁଥିବା ଦେବୀ। ଏହା କହିଛନ୍ତି, ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରା। ସେ କହିଛନ୍ତି ଦେବୀ କାଳୀଙ୍କୁ ସେ ଏହି ରୂପରେ ଦେଖିଥାନ୍ତି। କାନାଡାର ଏକ ଚଳଚ୍ଚିତ୍ର ନିର୍ମାତାଙ୍କ ଫିଲ୍ମର ପୋଷ୍ଟକୁ ନେଇ ଉଠିଥିବା ବିବାଦକୁ ନେଇ ଟିଏମସି ସାଂସଦ ଏହା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.