ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଫ୍ରୀଡମ୍‌କୁ ମିଳିଲା ଡାଇମଣ୍ଡ ଆୱାର୍ଡ, ଭାରତର ସବୁଠାରୁ ବଡ଼ ସନ୍‌ଫ୍ଲାୱାର ଆମଦାନୀ ବ୍ରାଣ୍ଡ

6/10/2022 at 9:24 PM

ବେଙ୍ଗାଲୁରୁ, ୦୬/୧୦: ଭାରତର ସବୁଠାରୁ ଅଧିକ ସନ୍‌ଫ୍ଲାୱାର୍‌ ତେଲ ଆମଦାନୀ କରୁଥିବା କମ୍ପାନୀ ଭାବେ ଡାଇମଣ୍ଡ ଆୱାର୍ଡ ହାସଲ କରିଛି ଫ୍ରୀଡମ୍‌ । ଜେମିନି ଏଡିବଲ୍‌ ଆଣ୍ଡ୍‌ ଫ୍ୟାଟ୍‌ସ ଇଣ୍ଡିଆ ଲିମିଟେଡ୍‌ (ଜିଇଏଫ୍‌) ଅଧିନରେ ଥିବା ଫ୍ରୀଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ ଲଗାତାର ଦ୍ୱିତୀୟ ବର୍ଷ ଅର୍ଥାତ ୨୦୨୨ ପାଇଁ ଗ୍ଲୋବାଲ୍‌ ଆୱାର୍ଡରେ ସମ୍ମାନିତ ହୋଇଛି ।  ଏହି ଆୱାର୍ଡ ଖାଇବା ତେଲ ଉଦ୍ୟୋଗ ମାନଙ୍କ ମଧ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଉଦ୍ୟୋଗକୁ ପ୍ରଦାନ କରାଯାଇଥାଏ । ୨୦୨୧-୨୨ ବର୍ଷରେ ଭାରତର ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଜିଇଏଫ୍‌ କମ୍ପାନୀ ଆମଦାନୀ କରିଛି । ଏହି ଅଶୋଧିତ ତୈଳକୁ ଜିଇଏଫ୍‌ ୩ଟି ରିଫାଇନାରୀ ସାହାଯ୍ୟରେ ଖାଇବା ତେଲକୁ ପରିଣତ କରି ବଜାରରେ ଉପଲବ୍ଧ କରାଉଛି ।

ସ୍ୱାସ୍ଥ୍ୟ ସଚେତନତା ଦିଗରେ ଫ୍ରୀଡମ୍‌ ବ୍ୟବହାରକାରୀଙ୍କ ଉପଯୁକ୍ତ ଧ୍ୟାନ ରଖୁଥିବା ବେଳେ ଏହା ବଜାରରେ ଆଦୃତ ଲାଭ କରି ପାରିଛି । ସଫ୍ଟ ଅଏଲ୍‌ କ୍ୟାଟେଗୋରୀରେ ସନ୍‌ଫ୍ଲାୱାର, ସୋରିଷ, ନଡ଼ିଆ ତେଲ ଏବଂ କୁଣ୍ଡା ତେଲ ଆଦି ପାମ୍‌ ଅଏଲ୍‌ ଠାରୁ ସ୍ୱାସ୍ଥ୍ୟକର ।  ଫ୍ରୀଡମ୍‌ ତେଲରେ ଭିଟାମିନ୍‌ ଏ ଏବଂ ଡି ସହ ଭିଟାମିନ୍‌ ଇ ମଧ୍ୟ ରହିଥାଏ । ଯାହାକି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ସ୍ୱାସ୍ଥ୍ୟକର ।

ତେବେ ଏହି ଆୱାର୍ଡକୁ ନେଇ ଜିଇଏଫ୍‌ର ଉପାଧ୍ୟକ୍ଷ ଅକ୍ଷୟ ଚୌଧରୀ କହିଛନ୍ତି ଯେ, ଆମେ ବହୁତ ଆନନ୍ଦିତ ଯେ ଦ୍ୱିତୀୟ ଥର ପାଇଁ ଫ୍ରୀଡମ୍‌ ସନ୍‌ଫ୍ଲାୱାର ଅଏଲ୍‌ ଦେଶର ସବୁଠାରୁ ବଡ଼ ସନ୍‌ଫ୍ଲାୱାର ଅଏଲ୍‌ ଆମଦାନୀ କମ୍ପାନୀ ହୋଇଛି । ଏହା କେବଳ ଆମର କର୍ମଚାରୀ, ବିତରକ ଏବଂ ଆମର କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇଛି । ଗତ କିଛି ବର୍ଷ ଧରି ଗ୍ରାହକ ମାନଙ୍କ ଭରଷା ଆମକୁ ଏହି ସଫଳତାର ସଡି ଚଢ଼ିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି ।

   Related Posts