ଆଉ ନାହାନ୍ତି ସ୍ୱାଧୀନତା ସଂଗ୍ରାମୀ ଯୋଗେନ୍ଦ୍ର ମହାରଣା; ୯୯ ବର୍ଷରେ ପରଲୋକ
23/12/2022 at 11:01 PM

ଜଗତସିଂହପୁର ୨୩/୧୨: ଆଖି ବୁଜିଲେ ସ୍ୱାଧୀନତା ସଂଗ୍ରାମୀ ଯୋଗେନ୍ଦ୍ର ମହାରଣା। ୯୯ ବର୍ଷରେ ତାଙ୍କର ପରଲୋକ ହୋଇଛି।ଜଗତସିଂହପୁର ଅଁଳାରେ ଥିବା ତାଙ୍କ ବାସଭବନରେ ତାଙ୍କର ପରଲୋକ ହୋଇଛି। ୧୯୨୩ରେ ଯୋଗେନ୍ଦ୍ର ଜନ୍ମ ନେଇଥିଲେ। ସେ ୧୪ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ୧୯୪୨ ମସିହାରେ ବାନର ସେନା ଗଠନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଦେଶ ସ୍ଵାଧୀନ ହେବା ପରେ ଯୋଗେନ୍ଦ୍ର ନିଜ ଅଞ୍ଚଳରେ ସ୍କୁଲ, ଡାକଘର ଓ ରାସ୍ତାଘାଟ ଆଦି ତିଆରି କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି। ତାଙ୍କର ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀଙ୍କ ସହିତ ବହୁ ମାନ୍ୟଗଣ୍ୟ ତାଙ୍କ ଘରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଶେଷ ଦର୍ଶନ କରିଛନ୍ତି।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023