ଲଣ୍ଡନ ୬।୭: ବ୍ରିଟେନରେ ଲେବର ପାର୍ଟି ପୁଣି କ୍ଷମତାକୁ ଫେରିଛି। କିର ଷ୍ଟାର୍ମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଡେଭିଡ ଲୈମୀଙ୍କୁ ବିଦେଶ ସଚିବ ନିଯୁକ୍ତ କରିଛନ୍ତି। ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଡେଭିଡ ଲୈମୀ ‘ବନ୍ଧୁ’ ବୋଲି କହିଥିଲେ ଓ ଗତ ସପ୍ତାହରେ ଭାରତ ଗସ୍ତ କରିବେ ବୋଲି ଇଛା ପ୍ରକାଶ କରିଥିଲେ। ଡେଭିଡ ଲୈମୀ ଗତ ସପ୍ତାହରେ ଇଣ୍ଡିଆ ଗ୍ଲୋବାଲ ଫୋରମକୁ ସମ୍ବୋଧିତ କରିବା ବେଳେ ଏହା କହିଥିଲେ।
ଏଥିରେ ଡେଭିଡ ଲୈମୀ ଏବେ ବ୍ରିଟେନ ବିଦେଶ ସଚିବ ନିଯୁକ୍ତ ହୋଇଥିବାରୁ ଏସ.ଜୟଶଙ୍କର ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉଭୟ ଦେଶଙ୍କ ମଧ୍ୟରେ ଏନଗେଜମେଣ୍ଟ ବଢାଇବା ଓ ଭାଗିଦାରୀ ମଜଭୁତ କରିବାକୁ କହିଛନ୍ତି। ବ୍ରିଟେନ ବିଦେଶ ସଚିବ ପଦବୀ ଗ୍ରହଣ କରିବା ପରେ ଡେଭିଡ ଲୈମୀ କହିଛନ୍ତି ଯେ ବିଦେଶ,କମନୱେଲଥ୍ ଓ ବିକାଶ ବ୍ୟାପାର ରାଜ୍ୟ ସଚିବ ନିଯୁକ୍ତ ହେବା ମୋ ପାଇଁ ଏକ ସମ୍ମାନ। ଭାରତ-ବ୍ରିଟେନ ଫ୍ରି ଟ୍ରେଡ ଡିଲ ଉପରେ ବୋରିଶ ଜନସନ୍ ଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ‘ଟ୍ରେଡ ଡିଲ ବିନା ଅନେକ ଦୀପାବଳି ଆସିକି ଗଲାଣି, ଏବେବି ଅନେକ ବ୍ୟବସାୟ ଏହା ଅପେକ୍ଷାରେ ରହିଛି’।
ଉଲ୍ଲେଖଯୋଗ୍ୟ ଯେ ଏହି ଟ୍ରେଡ ଡିଲ ଜନସନଙ୍କ କାର୍ଯ୍ୟକାଳରୁ ପେଣ୍ଡିଂ ରହିଛି। ତେବେ ଜନସନ ୨୦୨୨ ଦୀପାବଳି ସୁଦ୍ଧା ଏହାକୁ ଚୂଡ଼ାନ୍ତ କରାଯିବ ବୋଲି ଜନସନ୍ କହିଥିଲେ। ଡେଭିଡ ଲୈମୀ ତାଙ୍କର ଏକ ଭାଷଣରେ କହିଥିଲେ ଭାରତର ଅର୍ଥମନ୍ତ୍ରୀ ଓ ବ୍ୟାପାର ମନ୍ତ୍ରୀଙ୍କୁ ମୋର ବାର୍ତ୍ତା ଯେ ଟ୍ରେଡ ଡିଲକୁ ନେଇ ଲେବର ପାର୍ଟି ଆଗକୁ ବଢିବାକୁ ପ୍ରସ୍ତୁତ। ଏବେ ଚାଲନ୍ତୁ ଆମେ ଫ୍ରି ଟ୍ରେଡ ଡିଲ ପୁରା କରିବା। ବ୍ରିଟେନ ଲାଗି ଭାରତ ପ୍ରାଥମିକତା ବୋଲି ସେ କହିଥିବା ବେଳେ ଭାରତକୁ ଆର୍ଥିକ, ବୈଷୟିକ ଓ ସାଂସ୍କୃତିକ ସୁପରପାୱାର ବୋଲି କହିଥିଲେ।
ଡେଭିଡ ଲୈମୀ ତାଙ୍କ ଭାଷଣରେ କହିଥିଲେ ଯେ ‘ଲେବର ସହିତ ବୋରିସ ଜନସନ୍ ଙ୍କ ଦ୍ୱାରା ଏସିୟାରେ ଋଡୟାର୍ଡ କିପଲିଂଙ୍କ ସେହି କବିତା ଦୋହରାଇବାର ଦିନ ସମାପ୍ତ ହୋଇଯାଇଛି। ଯଦି ମୁଁ ଭାରତରେ କୌଣସି କବିତା ସୁଣାଇବି ତାହା ରବିନ୍ଦର ନାଥ ଠାକୁରଙ୍କର ହେବ, କାରଣ ଭାରତ ଭଳି ମହାଶକ୍ତି ସହିତ ସହଯୋଗ ଓ ଶିଖିବାର କ୍ଷେତ୍ର ଅସୀମିତ’।