Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ସରକାରୀ ବସ୍‌ରେ ମାଗଣା ଯାତ୍ରା କରିପାରିବେ ମହିଳା, ବଢ଼ିଲା ବିଧବା ଭତ୍ତା

17/03/2023 at 5:01 PM

ପୁଡ଼ୁଚେରୀ: ସରକାରୀ ବସ୍‌ରେ ମାଗଣା ଯାତ୍ରା କରିପାରିବେ ମହିଳା। ଏଥିପାଇଁ ତାଙ୍କୁ ଟିକେଟ୍ କିଣିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ନୁହେଁ, କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ମିଳିବ ଏହି ସୁବିଧା। ବୁଧବାର ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗାସାମୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି। ସରକାରୀ ବସ୍‌ର ଯାତ୍ରା କରୁଥିବା ବେଳେ ମହିଳାଙ୍କୁ ଆଉ ଟିକେଟ୍ କିଣିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେବଳ ସେତିକି ନୁହେଁ, ବିଧବାଙ୍କୁ ମିଳୁଥିବା ଭତ୍ତାରେ ମଧ୍ୟ ବୃଦ୍ଧି କରିଛନ୍ତି ପୁଡ଼ୁଚେରୀ ସରକାର। ପୂର୍ବରୁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ବିଧବା ଭତ୍ତା ୨୦୦୦ ଟଙ୍କା ଥିଲା। ହେଲେ ଏବେ ଭତ୍ତାକୁ ଆହୁରି ୧୦୦୦ ଟଙ୍କା ବଢ଼ାଇ ଦିଆଯାଇଛି। ଏବେ ପୁଡ଼ୁଚେରୀର ବିଧବା ମହିଳା ମାସକୁ ୩୦୦୦ ହଜାର ଟଙ୍କା ଭତ୍ତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗାସାମୀ ଘୋଷଣା କରିଛନ୍ତି।

   Related Posts