oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସେପ୍ଟେମ୍ବର ପରେ ମଧ୍ୟ PMGKAYରେ ଜାରି ରହିବ ଫ୍ରି ରେସନ ବ୍ୟବସ୍ଥା

20/09/2022 at 7:33 PM

ନୂଆଦିଲ୍ଲୀ ୨୦।୯: ଦେଶର ଲକ୍ଷଲକ୍ଷ ରେସନ କାର୍ଡଧାରୀଙ୍କ ଲାଗି ଖୁସି ଖବର। ଯଦି ଆପଣବି ଫ୍ରି ରେସନ ଆଣୁଥାନ୍ତି ତେବେ କେନ୍ଦ୍ର ସରକାର ଆପଣଙ୍କ ଲାଗି ଖାସ ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାର ଗରିବଙ୍କୁ ମାଗଣାରେ ରେସନ ଯୋଗାଇ ଦେବାକୁ ଦେଶରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩୦ ସେପ୍ଟେମ୍ବରରୁ ଆଗକୁ ବଢାଇବା ଲାଗି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ। ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେୟ ଏହି ସୂଚନା ଦେଇଛନ୍ତି।

ତେବେ ଏ ବାବଦେ ନିଷ୍ପତ୍ତି କେବେ ସୁଦ୍ଧା ହେବ ସେ ନେଇ ପାଣ୍ଡେୟ କୌଣସି ସୂଚନା ଦେଇ ନାହାନ୍ତି।  ହେଲେ ଦେଶରେ ଏହି ଯୋଜନା ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୦୨୦ରୁ ଦେଶରେ ଫ୍ରି ରେସନର ପ୍ରଚଳନ ହୋଇଥିଲା। ଏହି ଯୋଜନାରେ ସାରା ଦେଶରେ ୮୦ କୋଟି ଲୋକଙ୍କୁ ମାଗଣାରେ ଫ୍ରି ରେସନ ଯୋଗାଇ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ଲୋକଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କେଜି ଖାଦ୍ୟ ଶଶ୍ୟ ଯୋଗାଇ ଦିଆଯାଉଛି।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦେଶରେ କରୋନା କାଳରେ ଜାରି ଲକଡାଉନରେ ଗରିବ ପରିବାରଙ୍କ ଲାଗି ବେଶ ସହାୟକ ସାବ୍ୟସ୍ତ ହୋଇଥିଲା। ସରକାର କରୋନା ଭାଇରସ ମହାମାରୀ ପରେ ମଧ୍ୟ ଯୋଜନା ଜାରି ରଖିଥିବା ବେଳେ ଫ୍ରି ରାସନ ଅବଧି କେତେଥର ସମ୍ପ୍ରସାରଣ ମଧ୍ୟ କଲେଣି। ଏହି ଯୋଜନା ଏବେ ଦେଶରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିଛି । ଏହି ଯୋଜନାର ସମୟ ସୀମା ଦେଶରେ ଗତ ମାର୍ଚ୍ଚ ମାସରେ ସରୁଥିଲା। ତେବେ ସେତେବେଳେ ସରକାର ଏ ବାବଦେ ନିଷ୍ପତ୍ତି ନେବା ସହ ପୁଣି ୩୦ ସେପ୍ଟେମ୍ବର  ୨୦୨୨ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିଥିଲେ।

   Related Posts