ଅଗଷ୍ଟ ୨୫ରୁ ସମ୍ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କର ହେବ ମାଗଣା ଅପରେସନ, ଏଥିପାଇଁ ୯୫୫୬୪୨୨୨୦୪ ଓ ୭୯୭୮୩୦୫୩୪୩ ନମ୍ବରରେ ଯୋଗାଯୋଗ କରିପାରିବେ

Published By : Prameya-News7 Bureau | August 06, 2019 IST

ଭୁବନେଶ୍ବର ୬|୮: ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସମ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ମାଗଣା ଅପରେସନ କରାଯିବ । ଇଙ୍ଗା ହେଲଥ୍‌ ଫାଉଣ୍ଡେସନ, ଅପରେସନ ସ୍ମାଇଲ ଏବଂ ଆଇଏମଏସ୍‌ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ସମ୍ପୂର୍ଣ୍ଣ ମାଗଣାରେ ଏହି ଅପରେସନ କରାଯିବ । 

{"id":141513}

ଆଇଏମଏସ୍‌ ସମ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ମାଗଣା ଅପରେସନ କରାଯିବ । ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ହସ୍ପିଟାଲର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍ସରେ ଏହି ଅପରେସନର କରାଯିବ ।ଆମେରିକା, ଇଂଲଣ୍ଡ, ଅଷ୍ଟେ୍ରଲିଆ, ସ୍ବିଡେନ୍‌ ଭଳି ୧୧ଟି ଦେଶର ବିଶିଷ୍ଟ ଶଲ୍ୟ ଚକିତ୍ସକଙ୍କ ସମେତ ମୋଟ ୫୦ଜଣ ଡାକ୍ତର ଶିଶୁମାନଙ୍କ ଅପରେସନ ପ୍ରକ୍ରିୟାରେ ଯୋଗଦେବେ । ଇଙ୍ଗା ହେଲଥ୍‌ ଫାଉଣ୍ଡେସନ, ଅପରେସନ ସ୍ମାଇଲ ଏବଂ ଆଇଏମଏସ୍‌ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ସମ୍ପୂର୍ଣ୍ଣ ମାଗଣାରେ ଏହି ଅପରେସନ କରାଯିବ ।ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ପିଲାମାନେ ଏହି ମାଗଣା ଅପରେସନର ସୁଯୋଗ ନେଇପାରିବେ ।

{"id":141516}

ମୁଖ୍ୟତଃ ଗର୍ଭଧାରଣ ସମୟରେ ମାଆମାନଙ୍କ କ୍ଷେତ୍ରରେ ନ୍ୟୁଟ୍ରିସନ ଅଭାବ, ରକ୍ତ ସମ୍ପର୍କୀୟଙ୍କ ସହ ବିବାହ କିମ୍ବା ବଂଶାନୁକ୍ରମ ଜନିତ କାରଣରୁ ଗ୍ରହଣ ଖଣ୍ଡିଆ ଶିଶୁ ଜନ୍ମ ହେବାର ଦେଖାଯାଏ । ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ସହ ଏହାର କୌଣସି ସମ୍ପର୍କ ନାହିଁ । ତେବେ ଚକିତ୍ସା ଦ୍ବାରା ଗ୍ରହଣ ଖଣ୍ଡିଆ ଶିଶୁଙ୍କୁ ସମ୍ପୂର୍ଣ୍ଣ ଭଲ କରାଯାଇପାରିବ ।

{"id":141517}

ଆଇଏମସ୍‌ ସମ୍‌ ହସ୍ପିଟାଲ ପକ୍ଷରୁ ବିଭିନ୍ନ ସମୟରେ ଏଭଳି କ୍ୟାମ୍ପଗୁଡ଼ିକର ଆୟୋଜନ କରାଯାଇ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏଥି ପାଇଁ ଆପଣ ୯୫୫୬୪୨୨୨୦୪ ୭୯୭୮୩୦୫୩୪୩ ନମ୍ବରରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ।

{"id":141518}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.