oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ମାସକୁ ଥରେ ସ୍ବାସ୍ଥ୍ୟ କ୍ୟାମ୍ପ୍, କ୍ୟାନସର ଓ ରକ୍ତଜନିତ ରୋଗୀଙ୍କର ହେବ ମାଗଣା ଚିକିତ୍ସା, ସମ୍ ଡାକ୍ତର ଦେବେ ପରାମର୍ଶ

20/11/2021 at 4:38 PM

କଳାହାଣ୍ଡି ୨୦।୧୧: ରାଜ୍ୟରେ ପ୍ରଥମ ଥର ସିକିଲସେଲ, ଥାଲେସେମିଆ ଓ କ୍ୟାନସର ପୀଡିତ ଶିଶୁ ପାଇଁ ମାଗଣା ସ୍ବାସ୍ଥ୍ୟ କ୍ୟାମ୍ପ ତଥା ଟେଲି ମେଡିସିନ ବ୍ୟବସ୍ଥା କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ କରାଯାଇଛି । ରାଜ୍ୟ ସରକାର, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଓ ରୁପାୟନ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହି କ୍ୟାମ୍ପ ପ୍ରତ୍ୟେକ ମାସରେ ଥରେ କରାଯିବ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ  ଅଧିନସ୍ତ ସମ୍ ହସ୍ପିଟାଲର ଡାକ୍ତର ପ୍ରତ୍ୟେକ ସପ୍ତାହରେ ଟେଲି ମେଡିସିନ ଜରିଆରେ ଶିଶୁଙ୍କୁ ସେବା ଯୋଗାଇଦେବେ ।

ପଶ୍ଚିମ ଓଡିଶାରେ ଶିଶୁଙ୍କ ମଧ୍ୟରେ ବିଶେଷ କରି ରକ୍ତଜନିତ ରୋଗ ସିକିଲସେଲ, ଥାଲେସେମିଆ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକା । କିନ୍ତୁ ପଶ୍ଚିମ ଓଡିଶାରେ ଏହି ରୋଗର ବିଶେଷଜ୍ଞ ଡାକ୍ତର ନାହାନ୍ତି । ଫଳରେ ଆର୍ଥିକ ସମସ୍ୟା ଯୋଗୁଁ ଅଭିଭାବକମାନେ ପୀଡିତ ଶିଶୁଙ୍କୁ ଚିକିତ୍ସା କରାଇପାରୁନାହାନ୍ତି । ଏଭଳି ଆକ୍ରାନ୍ତ ଶିଶୁଙ୍କୁ ଚିକିତ୍ସା ଯୋଗାଇବାକୁ ଏହି ମାଗଣା କ୍ୟାମ୍ପ ଆୟୋଜନ କରାଯାଇଛି ।

ସମ୍ ହସ୍ପିଟାଲର ଶିଶୁ ବିଶେଷଜ୍ଞ ତଥା ଆସୋସିଏଟ ପ୍ରଫେସର ଡଃ ନିର୍ମାଲ୍ୟ ଦେଓ ପ୍ରଧାନ କ୍ୟାମ୍ପରେ ଶିଶୁଙ୍କୁ ମାଗଣା ଚିକିତ୍ସା ଯୋଗାଇବା ସହ କୋଭିଡ୍ ସଂକ୍ରମଣ ଏହି ଶିଶୁମାନଙ୍କ ପାଇଁ କେତେ ଘାତକ ଅଭିଭାବକମାନଙ୍କୁ ସଚେତନ ମଧ୍ୟ କରାଇଥିଲେ । ଏଭଳି କ୍ୟାମ୍ପ୍ ରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ରୋଗାକ୍ରାନ୍ତ ଶିଶୁଙ୍କ ପାଇଁ ନୁଆ ଆଶା ଦେଖାଇଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି ।

ଜିଲ୍ଲାରେ ପ୍ରଥମ ଥର ଏହି ମାଗଣା କ୍ୟାମ୍ପରେ ୧୦୦ରୁ ଉର୍ଦ୍ଧ୍ବ ଶିଶୁ ସ୍ବାସ୍ଥ୍ୟ ସେବା ପାଇଛନ୍ତି । ସେଥିମଧ୍ୟରେ ୯୦ ପ୍ରତିଶତ ସିକିଲସେଲ, ଥାଲେସେମିଆ ଭଳି ରକ୍ତ ସଂପର୍କିତ ରୋଗରେ ପୀଡିତ ଥିବାବେଳେ ୩ ଜଣ କ୍ୟାନସର ପୀଡିତ ଚିହ୍ନଟ ହୋଇଛନ୍ତି  । କିଛି ଶିଶୁଙ୍କୁ ଉନ୍ନତ ଚିକିତ୍ସାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି।

   Related Posts