ନିର୍ବାଚନୀ ପ୍ରତିଶ୍ରୁତି ରଖିଲା ଏନଡିଏ : ସମସ୍ତଙ୍କୁ ମାଗଣା କରୋନା ଭ୍ୟାକସିନ୍, ୨୦ ଲକ୍ଷଙ୍କୁ ମିଳିବ ରୋଜଗାର

Published By : Prameya-News7 Bureau | December 15, 2020 IST

ପାଟଣା ୧୫/୧୨ : ବିହାରବାସୀଙ୍କୁ ମାଗଣାରେ କରୋନା ଭ୍ୟାକସିନ ଦେବାକୁ ଘୋଷଣା କରିଛନ୍ତି ନୀତିଶ ସରକାର । ମଙ୍ଗଳବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମୋହର ଲାଗିଛି । କ୍ୟାବିନେଟ ବୈଠକରେ ସୁଶାସନ କାର୍ଯ୍ୟକ୍ରମ ମାଧ୍ୟମରେ ୨ଟି କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି । ଏହା ବ୍ୟତିତ ବିଜେପି ଦ୍ବାରା ଘୋଷଣା କରାଯାଇଥିବା ବିହାରରେ ୧୯ ଲକ୍ଷ ରୋଜଗାରକୁ ମଧ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି ।

କ୍ୟାବିନେଟରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ, ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ରୋଜଗାର ସୃଷ୍ଟି କରାଯିବ । ନୀତିଶଙ୍କ କ୍ୟାବିନେଟରେ ମୋହର ଲାଗିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଦେଶକୁ ଯେବେ କରୋନା ଭ୍ୟାକସିନ ଆସିବ ବିହାରବାସୀଙ୍କୁ ମାଗଣାରେ ଭ୍ୟାକସିନ ଦିଆଯିବ ।

ମଙ୍ଗଳବାର ବସିଥିବା କ୍ୟାବିନେଟ୍ ବୈଠକରେ ଆହୁରି କିଛି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଛାତ୍ରଛାତ୍ରୀମାନେ ଦ୍ବାଦଶ ଉତ୍ତୀର୍ଣ୍ଣ ହେବା ପରେ ୫୦ ହଜାର ଏବଂ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.