ମାଗଣାରେ କରାଯିବ କରୋନା ଟେଷ୍ଟ, ଦେବାକୁ ପଡିବନି କୌଣସି ଦେୟ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ, ୧୫|୦୩:  ଦେଶରେ କୋରାନା ଟେଷ୍ଟ ମାଗଣାରେ କରାଯିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

{"id":238809,"width":749,"height":436,"sizeSlug":"large"}

ସାର ବିଶ୍ୱ ଏବେ କରୋନା ଆତଙ୍କରେ ଥରହର ହେଉଛି। ଏବେସୁଦ୍ଧା ବିଭିନ୍ନ ଦେଶରେ ୫୬୦୦ରୁ ଅଧିକ ଲୋକଙ୍କ ଜୀବନ ଏହି ମାରାତ୍ମକ ଭାଇରସ ନେଇସାରିଲାଣି। ୧ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ତେବ ଭାରତରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଛି।

{"id":238810,"width":749,"height":586,"sizeSlug":"large"}

ଦେଶରେ ୨ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ୧୦୭ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାକୁ ନଜରରେ ରଖି ଭାରତ ସରକାରଙ୍କ ପକ୍ଷରୁ କରୋନାକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏହା ମଧ୍ୟରେ ଭାରତ ସରକାର କରୋନା ଟେଷ୍ଟ ମାଗଣାରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରୋନା ସନ୍ଦିଗ୍ଧକୁ ଟେଷ୍ଟ୍ ପାଇଁ ଏଣିକି କୌଣସି ଦେୟ ଦେବାକୁ ପଡିବ ନାହିଁ। ଟେଷ୍ଟ ପାଇଁ ଆବଶ୍ୟକୀୟ ସାମଗ୍ରୀ ମଜବୁତ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.