suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁରୀରେ ମାଗଣା ଶୀତଳ ବାମ୍ଫ ଚିକିତ୍ସା ; ପଥଚାରୀ ଓ ପର୍ଯ୍ୟଟକଙ୍କୁ ମାଗଣା ଚିକିତ୍ସା

2/06/2018 at 2:55 PM

ପ୍ରଚଣ୍ତ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ପୁରୀର ଶାନ୍ତି ଅନୁଷ୍ଠାନ ପକ୍ଷରୁ ଜାରି ରହିଛି ଏକ ଅଭିନବ ପ୍ରୟାସ। ଖରାରେ ଆସୁଥିବା ପଥଚାରୀ ଓ ପର୍ଯ୍ୟଟକ ମାନଙ୍କୁ ପ୍ରବଳ ଖରା ତାତିରୁ ରକ୍ଷା ପାଇବା ପାଇଁ ଦିଆଯାଉଛି ଶୀତଳ ବାମ୍ଫ ଚିକିତ୍ସା। ଏହି ଅନୁଷ୍ଠାନର ସ୍ୱେଛାସେବୀମାନେ ଶୀତଳ ଜଳରେ ପଥଚାରୀ ମାନଙ୍କୁ ପୋଛା ପୋଛି କରିବା ସହ ଚନ୍ଦନ, କର୍ପୁର ଓ ଥଣ୍ତା ପାଉଡ଼ର ଲଗାଇବା ସହ ସେମାନଙ୍କୁ ପିଇବାକୁ ଦିଆଯାଉଛି ମହାପ୍ରସାଦରେ ପ୍ରସ୍ତୁତ ଟଙ୍କ ତୋରାଣୀ। ଆଉ ପ୍ରଚଣ୍ତ ଖରାରେ ଏହି ଚିକିତ୍ସା ପାଇ ବେଶ୍ ତୃପ୍ତ ଅନୁଭବ କରୁଛନ୍ତି ଜନସାଧାରଣ।
ପୁରୀ ଟାଉନ ହଲ୍ ଛକରେ ଗତ ୨୦୦୨ ମସିହାରୁ କିଛି ସ୍ଥାନୀୟ ଯୁବକଙ୍କ ଉଦ୍ୟମରେ ଏଭଳି ପ୍ରୟାସ ଆରମ୍ଭ ହୋଇଥିଲା। ପ୍ରଥମରୁ କେବଳ ମହାପ୍ରସାଦରୁ ପ୍ରସ୍ତୁତ ଟଙ୍କ ତୋରାଣୀ ଜନସାଧାରଣଙ୍କୁ ବିତରଣ କରାଯାଇ ଆସୁଥିଲା। ତେବେ ଅନୁଷ୍ଠାନର କେତେକ ସଭ୍ୟଙ୍କ ନିଷ୍ପତ୍ତି କ୍ରମେ ଏହାସହ ଆରମ୍ଭ ହୋଇଥିଲା ଏହି ବାମ୍ଫ ଚିକିତ୍ସା। ଚିକିତ୍ସା ତଥା ସେବା ସହ ଜନସାଧାରଣଙ୍କୁ ଜଗନ୍ନାଥଙ୍କ ଭଜନ ଜଣାଣ ଓ ପୁରାତନ ସଂଗୀତ ମଧ୍ୟ ଏଠାରେ ଶୁଣିବାକୁ ମିଳିଥାଏ। ଜନସାଧାରଣ, ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ସହଯୋଗ ଅନୁଷ୍ଠାନକୁ ଏହି ସେବା କାର୍ଯ୍ୟ ପାଇଁ ଅନୁପ୍ରେରିତ କରୁଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଅନୁଷ୍ଠାନର ଏହି ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଏ। ତେବେ ସରକାରୀ ଅନୁଦାନ ଓ ପ୍ରଶାସନିକ ସହଯୋଗ ମିଳିଲେ ଏହି କାର୍ଯ୍ୟ ଆହୁରି ବ୍ୟାପକ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଏ।

Leave a Reply

   Related Posts