scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମିଳିବ ମାଗଣା ବସ୍‌ ଯାତ୍ରା, ୟୁପି ସରକାରଙ୍କ ଘୋଷଣା

29/11/2023 at 9:32 PM

ନୂଆଦିଲ୍ଲୀ: ମାଗଣାରେ ବସ୍‌ରେ ଯାତ୍ରା କରିପାରବେ ୬୦ ବର୍ଷରୁ ଅଧିକ ବୟସର ମହିଳା। ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ, ବସ୍‌ରେ ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମାଗଣା ଯାତ୍ରା ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛି। ଏଥିପାଇଁ ଅତିରିକ୍ତ ବଜେଟରେ ୧ କୋଟି ଟଙ୍କା ଖର୍ଚ୍ଚ ହେବାନେଇ ବଜେଟରେ କୁହାଯାଇଛି । ତେବେ ଏହାକୁ ଯୋଗୀ ସରକାର ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ଚାହୁଥିବା କୁହାଯାଉଛି।

ସୂଚନାଥାଉକି, ରାଜ୍ୟରେ ଦୀର୍ଘ ଦିନରୁ ବରିଷ୍ଠ ମହିଳାଙ୍କୁ ମାଗଣା ଯାତ୍ରା ଦାବି କରାଯାଉଥିଲା। ପରିବହନ ରାଷ୍ଟ୍ର ମନ୍ତ୍ରୀ ଦୟାଶଙ୍କର ସିଂହ କହିଥିଲେ ଯେ, ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ରୋଡଓ୍ବେଜର ବସରେ ମାଗଣା ଯାତ୍ରା ସୁବିଧା ମିଳିବ। ସେ ଆହୁରି କହିଛନ୍ତି ଅତିରିକ୍ତ ବଜେଟରେ ନୂଆ ବସ୍ କିଣିବା ପାଇଁ ୧୦୦ କୋଟି ଟଙ୍କା ଅଟକଳ ହୋଇଛି। ଏହା ସହ ଉତ୍ତର ପ୍ରଦେଶ ସଡ଼କ ପରିବହନ ନିଗମ ଆହୁରି ଏକ ହଜାର ନୂଆ ବସ୍‌ ସାମିଲ କରାଯିବ। ଏଥିରେ ଏକ ହଜାର ବସ୍‌ ସାମିଲ କରାଯିବ। ଯେଉଁଥିରେ ୧୦୦ରୁ ଅଧିକ ଇଲେକ୍ଟ୍ରିକ୍‌ ବସ୍‌ ମଧ୍ୟ ରହିବ।

ଆହୁରି ପଢ଼ନ୍ତୁ: ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ବ୍ୟାନ, ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

ଏହା ସହ ଅତିରିକ୍ତ ବଜେଟର ବରେଲି, ଗାଜୀପୁର, ଫରୁଖାବାଦ, ହାପୁଡ଼, ଦେବରିୟା, ସମ୍ଭଲ, ଜୌନପୁର, ଚିତ୍ରକୂଟ ଏବଂ ଚନ୍ଦୌଲୀରେ ସାରଥୀ ହଲ ସହ ରୋଡଓ୍ବେଜ କାର୍ଯ୍ୟାଳୟ ଭବନ ତିଆରି ପାଇଁ ମଧ୍ୟ ଅତିରିକ୍ତ ବଜେଟରେ ମଞ୍ଜୁରୀ ଦିଆଯାଇଛି।

   Related Posts