ୱେସ୍କୋ ମିଟର ରିଡିଂ କର୍ମଚାରୀଙ୍କ ସହ ଠକାମି
6/06/2018 at 1:52 PM

କାମ କରାଇ ଟଙ୍କା ନ ଦେଇ ଫେରାର ମାରିଲା କମ୍ପାନି….ଓ୍ବେସ୍କୋ ମିଟର ରିଡର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ…..ଦାବି ପୁରଣ ନହେଲେ ଆଗକୁ ଆନ୍ଦୋଳନ ତିବ୍ରତର କରିବା ଚେତାବନି …….
ବଲାଙ୍ଗୀର-ସୋନପୁର- କଳାହାଣ୍ଡି ଜିଲ୍ଲାର ଓ୍ବେସ୍କୋ ମିଟର ରିଡର କର୍ମଚାରୀଙ୍କ ସହ ଠକାମି। ସାଇ ନାମକ ଏକ କମ୍ପାନି କର୍ମଚାରୀ ମାନଙ୍କୁ ଠିକା କାମ କରାଇ ମାସିକ ପାଉଣା ନ ଦେଇ ମାରିଛି ଫେରାର। ସେପଟେ ମିଟର ରିଡର କାମ କରୁଥିବା କର୍ମଚାରୀ ମାନଙ୍କୁ ଏକ ସ୍ଥାଇ ଦରମା ଦିଆଯାଉନଥିବା ରୁ ଦେଖାଦେଇଛି ଅସଂନ୍ତୋଷ। ଏନେଇ ଆଜି ଠୁ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନ କରିଛନ୍ତି ମିଟର ରିଡର କର୍ମଚାରୀ । ଆଜି ଏନେଇ ସ୍ଥାନିୟ ଶ୍ରମିକ ମଙ୍ଗଳ ଭବନ ଠାରେ କରାଯାଇଛି ଏକ ବୈଠକ। ତେବେ କର୍ମଚାରୀ ଙ୍କୁ ତାଙ୍କ ପାଉଣା ସହ ଠକାମି କରିଥିବା କମ୍ପାନି କୁ ଗିରଫ କରିବା ଦାବି କରିବା ସହ ।ଏକ ସ୍ଥାୟି ନିଯୁକ୍ତି ଦିଆଯାଇ ମାସିକ ଦରମା ଦେବା ପାଇଁ ଦାବି କରିଛି ସଂଘ। ତେବେ ଏନେଇ ଦାବି ପୁରଣ ନ କଲେ ଓ୍ବେସ୍କୋ ଆଗାମି ଦିନରେ ଆନ୍ଦୋଳନ କୁ ତିବ୍ରତର କରିବା ପାଇଁ ଚେତାବନି ଦେଇଛି ସଂଘ।