ବହୁରୂପୀ ବାବା : ଦିନରେ ପ୍ରବଚନ, ରାତିରେ ରାସଲୀଳା

Published By : Prameya-News7 Bureau | August 14, 2020 IST

ଭୋପାଳ, ୧୪|୦୮ : ଆସ୍ଥା ନାମରେ ଲୋକଙ୍କ ବିଶ୍ୱାସ ସହ ଖେଳ । ଧର୍ମ ନାଁରେ ଲୋକଙ୍କୁ ଠକୁଥିବା ଜଣେ ଭଣ୍ଡ ବାବାଙ୍ଗୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶର ନରସିଂହପୁରରୁ ଏହି ଭଣ୍ଡ ବାବାଙ୍କୁ ଗିରଫ କରାଯାଇଛି । ଏହି ବାବାଙ୍କ କାରନାମା ଅତି ଜଘନ୍ୟ । ଏପରିକି ତାଙ୍କର ଏକ ସେକ୍ସ ସ୍କାଣ୍ଡାଲ ମଧ୍ୟ ସାମ୍ନାକୁ ଆସିଛି । ଏହି ଭଣ୍ଡ ବାବା ହେଲେ ବାବା ଧର୍ମଦେବ ଓରଫ ଧର୍ମେନ୍ଦ୍ର ଦୁବେ ।

ପଞ୍ଜାବ କେଶରୀର ରିପୋର୍ଟ ଅନୁସାରେ, ଧର୍ମେନ୍ଦ୍ର ନିଜକୁ ହନୁମାନଙ୍କ ଅବତାର ବୋଲି କହୁଥିଲେ । ନିକଟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଏହା ତାଙ୍କର କାରନାମା ଥିଲା ବୋଲି ଜଣା ପଡିଥିଲା । ପୋଲିସ ଯେତେବେଳେ ଧର୍ମେନ୍ଦ୍ରଙ୍କ ମୋବାଇଲ ଯାଞ୍ଚ କରିଥିଲା ଅନେକ ସଙ୍ଗୀନ ତଥ୍ୟ ଲାଗିଥିଲା । ଧର୍ମେନ୍ଦ୍ରଙ୍କ ଫୋନରେ ଏକାଧିକ ଅଶ୍ଲୀଳ ଭିଡିଓ ଥିଲା । ସେ ନିଜ ଆଶ୍ରମରେ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଏହାର ଭିଡିଓ କରିଥିଲେ । ପ୍ରତି ମଙ୍ଗଳବାର ଓ ଶନିବାର ସେ ନିଜ ଦରବାର ସଜାଇବା ବାହାନାରେ ମହିଳାଙ୍କୁ ଆଶ୍ରମକୁ ଡାକୁଥିଲା । ସେ ବଶୀକରଣ ବିଦ୍ୟାରେ ପାରଙ୍ଗମ ବୋଲି ମଧ୍ୟ କୁହାଯାଉଛି ।

wp:html /wp:html

ଧର୍ମେନ୍ଦ୍ରଙ୍କ ନାଁରେ ଆହୁରି ଅଭିଯୋଗ ହୋଇଛି ଯେ, ସେ ଅନେକ ପୁରୁଷଙ୍କୁ ନିଜ ପତ୍ନୀଙ୍କୁ ବଶୀକରଣ କରିବାକୁ ତାବିଜ ପ୍ରଦାନ କରୁଥିଲେ । ପରିବାର ଓ ନିଜ ବୈବାହିକ ଜୀବନରେ ଅଶାନ୍ତିରେ ଥିବା ମହିଳା ପ୍ରତି ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ଆଶ୍ରମକୁ ଯାଉଥିଲେ । ଏହି ଦିନ ମହିଳାଙ୍କୁ ଏକ ପ୍ରକାର ପ୍ରସାଦ ପ୍ରଦାନ କରାଯାଉଥିଲା । ଏପରିକି ସେ ମହିଳାଙ୍କୁ ସମ୍ମୋହନ କରି ନିଜେ ଶାରୀରିକ ସମ୍ପର୍କ ରଖିବା ସହ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲା । ଏପରିକି ଟି ସାର୍ଟ ଓ ଜିନ୍ସ ପିନ୍ଧି ରାସଲୀଳା ମଧ୍ୟ କରୁଥିଲା ।

ଗଞ୍ଜେଇ ଚୋରାଚାଲାଣ ରାକେଟରେ ଗିରଫ ହେବା ପରେ ହିଁ ଧର୍ମେନ୍ଦ୍ରଙ୍କ ଏହି କଳା କାରନାମା ସାମ୍ନାକୁ ଆସିଥିଲା । ସେ ଏକାଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପ୍ରମାଣ ପୋଲିସ ହାତରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.