ଘର ଓ ଜାଗା ବିକ୍ରି ନାଁରେ ଠକେଇ ଅଭିଯୋଗ, ଅଭିଯୁକ୍ତ ମା'-ପୁଅ ଗିରଫ

Published By : Prameya-News7 Bureau | November 11, 2023 IST

କଟକ ୧୧।୧୧: ଘର ଓ ଜାଗା ବିକ୍ରି କରିଦେବା ନାମରେ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କଟକ ବାଦାମବାଡ଼ି ଥାନା ପୋଲିସ । ଗିରଫ ଦୁଇ ଜଣ ହେଲେ ତୁଳସୀ ମିଶ୍ର ଓ ଶିଶିର ମିଶ୍ର । ଗିରଫ ଅଭିଯୁକ୍ତ ସମ୍ପର୍କରେ ମା’ ଓ ପୁଅ । ସେମାନେ ଫେକ୍ ୱେବ୍ ସାଇଟ୍ ମାଧ୍ୟମରେ ତ୍ରିଶୂଳିଆ ଠାରେ ଜମି ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଏମିତିକି ମିଛ ଟଙ୍କା ରିସିପ୍ଟ ମଧ୍ୟ ଦେଇଥିଲେ । ପୋଲିସକୁ ଗତ କିଛି ମାସ ତଳେ ଏ ନେଇ ଅଭିଯୋଗ ହେବା ପରେ ଶେଷରେ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/14-odia-migrant-labourers-trapped-in-south-africa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/14-odia-migrant-labourers-trapped-in-south-africa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.