scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଚାକିରୀ କରେଇଦେବା ନାଁରେ ଠକେଇ, ଲକ୍ଷ ଲକ୍ଷ ଟଙ୍କା ନେଇ ଯୁବକ ଫେରାର

5/07/2023 at 4:01 PM

Kalahandi Police Station

କଳାହାଣ୍ଡି ୦୫/୦୭: ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କାର ଠରେଇ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧୁଷିତ ଅଞ୍ଚଳ ଥୁଆମୂଳ ରାମପୁରରୁ ନଜର ଆସିଛି ଏମିତି ଘଟଣା । ଏଠାକାର ଜଣେ ଯୁବକ ବିଭିନ୍ନ ଗାଁର ଲୋକଙ୍କୁ ଚାକିରୀ କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହେଇଯାଇଛି । ଘଟଣା ଏବେ ଅଞ୍ଚଳ ସବୁଠି ଚାଞ୍ଚଲ୍ୟ ଖେଳେଇ ଦେଇଛି ।

ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ଠାରେ “ଅଜିମ ପ୍ରେମଜି” ଫାଉଣ୍ଡେସନ ନାଁ ରେ ଏକ ସଂସ୍ଥା ଥୁଆମୂଳରାମପୁରର ୧୦ଟି ଗାଁରେ ଦୀର୍ଘ ଚାରି ବର୍ଷ ଧରି କାମ କରି ଆସୁଥିଲା । ସେହି ସଂସ୍ଥାରେ ଶୋକ ସନ୍ତାପ ସିଂହ ନାମରେ ଜଣେ ଯୁବକ କାର୍ଯ୍ୟ କରୁଥିଲେ । ସେ ଏହି ବ୍ଲକର ଅନେକ ଗାଁକୁ ଯାଇ ସେହି ଗାଁର ଯୁବକ ଯୁବତୀ ମାନଙ୍କ ଠାରୁ ସେହି ସଂସ୍ଥାରେ ବିଭିନ୍ନ ପୋଷ୍ଟରେ ଚାକିରୀ କରେଇ ଦେବା ନାଁରେ ଲୋକଙ୍କଠୁ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରି ନେଇଯାଇଥିବା ଅଭିଯୋଗ କରିଛନ୍ତି ।

ଦୁଇ ଜଣଙ୍କୁ କ୍ରେଜ ୱାର୍କର କରେଇ ଦେବା ପାଇଁ ୪୦ ହଜାର, ୩ଜଣଙ୍କୁ ବ୍ଲକ କୋଡ଼ିନେଟର କରେଇ ଦେବା ପାଇଁ ୫୦ହଜାର, ଏବଂ ଫାଷ୍ଟେଡ଼ ସାର୍ଟିଫିକେଟ ତିଆରି କରେଇ ଦେବା ପାଇଁ ୧୮ଜଣଙ୍କଠୁ ୫ହଜାର ଲେଖାଏଁ ମୋଟ ୯୦ହଜାର ଟଙ୍କା ନେଇଥିବା ଜଣାପଡ଼ିଛି । ଫୋନ ପେରେ ପ୍ରାୟ ୪୫ହଜାର ଟଙ୍କା ନେଇଥିବା ବେଳେ ବାକି ଟଙ୍କା ସେ କ୍ୟାସ୍‌ରେ ନେଇଥିବା ଅଭିଯୋଗ ଆସିଛି । ଯେତେବେଳେ ସେହି ଫାଉଣ୍ଡେସନର କର୍ମଚାରୀ ମାନେ ତାଙ୍କ ଫାଉଣ୍ଡେସନ ନାଁ ରେ ପଇସା ନିଆଯାଉଥିବା କଥା ଜାଣିଥିଲେ ସେତେବେଳେ ସେମାନେ ପଇସା ଦେଇଥିବା ଲୋକ ମାନଙ୍କଠୁ ପଚରାଉଚରା କରି ଥୁଆମୂଳ ରାମପୁର ଥାନାରେ ଏକ ଅଭିଯୋଗ କରିଥିଲେ ।

   Related Posts