ଚିଟଫଣ୍ଡ ତଦନ୍ତ ଦବାଇବା ପାଇଁ ୧୦୦କୋଟିର ଡିଲ ହୋଇଥିଲା ବୋଲି କହିଲେ ଦାମ ବାବୁ, ସିବିଆଇ ପ୍ରସଂଗକୁ ନେଇ ଜୋରଦାର ହେଲା ରାଜନୀତି
24/10/2018 at 7:31 PM

ଭୁବନେଶ୍ବର ୨୪|୧୦: ବଦଳିଲେ ସିବଆଇ ନିର୍ଦ୍ଦେଶକ । ଓଡିଶା କ୍ୟାଡରର ଆଇପିଏସ ଅଫିସର ଏମ. ନାଗେଶ୍ବର ରାଓଙ୍କୁ ସିବଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି କେନ୍ଦ୍ର ସରାକର । ରାକେଶ ଆସ୍ଥାନା ଏବଂ ଅଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦିଆଯାଯାଇଛି। କେନ୍ଦ୍ର ସରାକର ଏଭଳି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ସୁପ୍ରିମ କୋର୍ଟ ଯାଇଥିବା ବେଳେ କେନ୍ଦ୍ର ସରାକରଙ୍କୁ ଘେରିଛନ୍ତି ବିରୋଧୀ । ଏପଟେ ରାଜ୍ୟରେ ସବିଆଇ ବିବାଦର ଛିଟା ପଡିଛି। ଆସ୍ଥାନାକୁ ମୋହାରା କରି ବିରୋଧୀ ରାଜ୍ୟ ସରାକରଙ୍କୁ ଘେରିଛନ୍ତି। …
ଦିନକୁ ଦିନ ବଢ଼ୁଛି ସିବିଆଇ ବିବାଦ। ଆକ୍ସନକୁ ଆସିଛନ୍ତି ସରକାର। ବିବାଦ ଘେରରେ ଥିବା ଦୁଇ ଅଫିସରଙ୍କୁ ସରକାର ଛୁଟିରେ ପଠାଇଦେଇଛନ୍ତି । ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନାକୁ ଛୁଟି ଦେଇ ଏମ. ନାଗେଶ୍ବର ରାଓ ସିବଆଇର ନୂଆ ନିର୍ଦେଶକ ଭାବେ ଦାୟିତ୍ବ ଦେଇଛନ୍ତି। କେନ୍ଦ୍ର ସରାକରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ସୁପ୍ରିମ କୋର୍ଟ ଯାଇଛନ୍ତି। ଏପଟେ ବିରୋଧୀ ସରକାରଙ୍କୁ ସମାଲୋଚନା କରିବା ପରେ ଏବେ ସମ୍ନାକୁ ଆସିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସବିଆଇ ବିବାଦରେ ସରାକରଙ୍କ କୌଣସି ଭୂମିକା ନାହିଁ ।କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କ ସୁପାରିଶ କ୍ରମେ ସବୁ ନିଷ୍ପତ୍ତି ନିଆଯାଇଛି। ସିଭିସିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଏହି ମାମଲାର ତଦନ୍ତ କରିବ। ସିବିଆଇ ଗୌରବ ଫେରାଇ ଆଣିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ବୋଲଊି କହିଛନ୍ତି ଜେଟଲୀ।
ଦିଲ୍ଲୀରେ ସିବିଆଇ ବିବାଦ ରାଜନୀତି ଜୋର ଧରିଥିବାବେଳେ ତାର ଛିଟା ପଡିଛି ରାଜ୍ୟ ରାଜନୀତିରେ। ଆସ୍ଥାନଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ। ଓଡିଶା ଚିଟଫଣ୍ତ ଦୁର୍ନୀତିର ତଦନ୍ତ ସିବିଆଇ କରୁଥିବାବେଳେ ତାର ଦାୟିତ୍ବରେ ଥିଲେ ଆସ୍ଥାନା। ତାଙ୍କ ପାଇଁ ଓଡିଶାରେ ଚିଟଫଣ୍ତ ଦୁର୍ନୀତି ସିଥିଳ ହୋଇଥିଲା କି? ସବିଆଇ ଅଫିସରେ ସିବିଆଇ ରେଡ କରିବା ଭାରତ ଇତିହାସରେ ପ୍ରଥମ । ସବିଆଇ କଳଙ୍କିତ ହୋଇଛି। ଏପରିକି ଏମ ନାଗେଶ୍ବର ରାଓ ନିଯୁକ୍ତି ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ଦାମ ବାବୁ କହିଛନ୍ତି ଚିଟଫଣ୍ତ ତଦନ୍ତ ଦବାଇବା ପାଇଁ ୧୦୦କୋଟି କୁଆଡ଼େ ଡିଲ ହୋଇଥିଲା। ପୂର୍ବତନ ମନ୍ତ୍ରୀ , ବିଧାୟକ ଓ ଅନେକ ବଡବଡ ନେତା ଏଥିରେ ସାମିଲ ଅଛନ୍ତି। ସେଥିପାଇଁ ରାଜ୍ୟସଭାରେ ବାରମ୍ବାର କକ୍ଷ ତ୍ୟାଗ କରୁଥିଲେ ବିଜେଡି ସାଂସଦ। ଏପଟେ ନିରଞ୍ଜନ କହିଛନ୍ତି ଓଡିଶାରେ ସିବିଆଇଙ୍କୁ ମ୍ୟାନେଜ କରାଯାଇଥିଲା। ଯାହାର ଜବାବ ରଖିଛି ବିଜେଡି।
ଏମ ନାଗେଶ୍ବର ରାଓ ଦାୟୀତ୍ବ ନେବା ପରେ ପରେ ଆକ୍ସନ ମୋଡକୁ ଆସିଛନ୍ତି । ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନାଙ୍କ ଅଫିସକୁ ସିଲ କରିଦେଇଛନ୍ତି। ସିବିଆଇ ଯୁଗ୍ମ ନିର୍ଦେଶକ ଅରୁଣ ଶର୍ମା ଏବଂ ଡିଆଇଜି ମନୀଷ ସିହ୍ନାଙ୍କୁ ପଦରୁ ହଟାଇ ଦେଇଛନ୍ତି। ୧୩ ଜଣ ଅଧିକାରୀଙ୍କ ଦାୟୀତ୍ବ ବଦଳାଇ ଦେଇଛନ୍ତି।