oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଜାଲିଆତିର ଟପିଗଲା ସବୁସୀମା; ସରପଞ୍ଚଙ୍କ ଠାରୁ ସରକାରୀ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ଧୋକାବାଜ

23/09/2022 at 9:20 PM

ପଟାମୁଣ୍ଡାଇ ୨୩/୦୯: ସଧବା ମହିଳା ସ୍ବାମୀ ଜୀବିତ ଅଛନ୍ତି, ସିନ୍ଥୀରେ ସିନ୍ଦୁର ଝଟକୁଛି, ଯାହାକି ଜଣେ ମହିଳା ଶଧବା ଥିବାର ବଳିଷ୍ଠ ପ୍ରମାଣ। କିନ୍ତୁ ସରକାରଙ୍କ ନଥିପତ୍ରରେ ଏମାନେ ବିଧବା। ସଧବା ମହିଳାମାନେ ପାଉଛନ୍ତି ବିଧବା ଭତ୍ତା। ଜଣେକି’ ଦୁଇ ଜଣ ନୁହେଁ। ଗୋଟିଏ ପଞ୍ଚାୟତର ୧୭ ଜଣ ସଧବା ମହିଳାଙ୍କୁ ବିଧବା ଦର୍ଶାଇ ଦିଆଯାଉଛି ବିଧବା ଭତ୍ତା। ପ୍ରତିମାସରେ ଇନ୍ଦିରା ଗାନ୍ଧୀ ଜାତୀୟ  ବିଧବା ପେନସନ ଯୋଜନାରେ ଭତ୍ତା ଯୋଗାଇ ଦିଆଯାଉଛି। କେବଳ ସେତିକି ନୁହେଁ ଏହି ତାଲିକାରେ ସରପଞ୍ଚଙ୍କ ଶାଶୁ ଓ ଖୁଡ଼ିଶାଶୁ ବି ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏକମାଣିଆ ପଞ୍ଚାୟତରୁ ଏଭଳି ସାଙ୍ଘାତି କଖବର  ସାମ୍ନାକୁ ଆସିଛି।

ଖବର ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏକମାଣିଆ ପଞ୍ଚାୟତକୁ ଚାରିପଟୁ ନଦୀ ଘେରି ରହିଛି। ଲୋକେ ଘରୁ ବାହାରିଲେ ନଦୀ ପାରହେବାକୁ ପଡ଼େ। ଏହି ପଞ୍ଚାୟତରେ ସଧବା ମହିଳାଙ୍କୁ ବିଧବା ବୋଲି କହି ଭତ୍ତା ଦିଆଯାଉଛି। ଏହି ପଞ୍ଚାୟତର ରମ୍ଭାବତୀ ପରିଡ଼ାଙ୍କ ସ୍ବାମୀ ରଙ୍ଗାଧର ପରିଡ଼ା। ସେ ଏବେ ବଞ୍ଚିଛନ୍ତି। କିନ୍ତୁ  ଗତ ଏପ୍ରିଲରୁ ତାଙ୍କୁ ବିଧବା ଭତ୍ତା ଦିଆଯାଉଥିବା ଅଭିଯୋଗ ହୋଇଛି। ସେହିପରି ମୁଖ ବିଶ୍ବାଳ, ସ୍ବାମୀ-ପରମାନନ୍ଦ। ପରମାନନ୍ଦ ମଧ୍ୟ ଏବେ ବଞ୍ଚିଛନ୍ତି। ସୂଚନାଥାଉକି, ଦମ୍ପତ୍ତି ମୁଖ ବିଶ୍ୱାଳ ଏବଂ ପରମାନନ୍ଦ ବିଶ୍ୱାଳଙ୍କ ବୋହୁ ଅହଲ୍ୟା ବିଶ୍ବାଳ ସେହି ପଞ୍ଚାୟତର ସରପଞ୍ଚ ଅଛନ୍ତି। ସରକାରୀ ଯୋଜନାର ସଫଳ ରୂପାୟନରେ ସରପଞ୍ଚଙ୍କ ପ୍ରମୁଖ ଭୂମିକା ରହିଛି। 

ସରକାରଙ୍କ ବିଭିନ୍ନ ଯୋଜନାର ନିୟମାବଳୀ ଏମାନେ ଜାଣିଛି। କିନ୍ତୁ ସରପଞ୍ଚଙ୍କ ଶାଶୁ ମୁଖ ବିଶ୍ବାଳ ପାଉଛି ବିଧବା ଭତ୍ତା ପାଉଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଶ୍ବଶୁର ତଥା ମୁଖବିଶ୍ବାଳଙ୍କ ସ୍ବାମୀ ପରମାନନ୍ଦ ବଞ୍ଚିଥିବା ବେଳେ କିପରି ମୁଖ ବିଶ୍ବାଳ ବିଧବାଭତା ପାଉଛି, ତାହାକୁ ନେଇ ପ୍ରଶ୍ନଉଠିଛି? କେବଳମୁଖବିଶ୍ବାଳ ନୁହଁ, ସରପଂଚଙ୍କ ଖୁଢୀ ଶାଶୁ ସରସ୍ବତୀବିଶ୍ବାଳ ସ୍ବାମୀ ଆନନ୍ଦ ବଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ବିଧବା ଭତ୍ତା ଦିଆଯାଉଛି।  ଆନନ୍ଦ ବିଶ୍ବାଳ ଜୀବିତ ଥିବାବେଳେକିପରି ସରସ୍ବତୀବିଧବା ଭତା ପାଉଛି? ତାହା ସମସ୍ତ ପଞ୍ଚାୟତରେ ଆଲୋଡ଼ନ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

   Related Posts