Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କରଣବୀର ବୋହରାଙ୍କ ନାଁରେ ମାମଲା ରୁଜୁ, ୧.୯୯ କୋଟି ଟଙ୍କାର ଠକେଇ ଅଭିଯୋଗ

15/06/2022 at 12:24 PM

ମୁମ୍ବାଇ ୧୫।୦୬: ଟେଲି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା କରଣବୀର ବୋହରା ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ବିରୋଧରେ ଜଣେ ମହିଳା ଠକେଇ ଅଭିଯୋଗ କରିଛନ୍ତି। ଏନେଇ ମୁମ୍ବାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

୪୦ ବର୍ଷୀୟା ମହିଳା ଅଭିନେତାଙ୍କ ସମେତ ୬ଜଣଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି।  ପୋଲିସ ଷ୍ଟେସନରେ ଦିଆଯାଇଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ମନୋଜ ବୋହରା ଛଦ୍ମନାମ କରଣବୀର ବୋହରା ତାଙ୍କ ଠାରୁ ୧.୯୯ କୋଟି ଟଙ୍କା ଋଣ ନେଇଛନ୍ତି। ୨.୫ ପ୍ରତିଶତ ସୁଧ ସହିତ ସେ ଟଙ୍କା ଫେରସ୍ତ କରିବେ ବୋଲି ଅଭିନେତା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କୁ ମାତ୍ର ୧ କୋଟି ଟଙ୍କା ଫେରସ୍ତ କରାଯାଇଥିଲା।

ଏହାକୁ ନେଇ ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି କି ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ପାଇଁ କହିଥିଲେ ସେତେବେଳେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏନେଇ ପୋଲିସ ଏହାର ଏକ ମାମଲା ରୁଜୁ କରି କରଣଭୀର ବୋହରା ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

   Related Posts