କଟକ ୧୪|୮: ଟଙ୍କା ନଦେଲେ ଟିମ୍ରେ ସ୍ଥାନ ନାହିଁ । ଓଡ଼ିଶା ଜୁନିଅର କ୍ରିକେଟ୍ରେ ଏଭଳି କେଳେଙ୍କାରୀ ଏବେ ପଦାକୁ ଆସିଛି । ଓଡ଼ିଶା ଜୁନିଅର କ୍ରିକେଟ୍ର ଜଣେ ଖେଳାଳିଙ୍କୁ ମଧ୍ୟସ୍ଥି ଜରିଆରେ ଏଭଳି ଅର୍ଥ ମଗାଯାଉଥିବା ସଂପର୍କିତ ଏକ ଅଡିଓ ପଦାକୁ ଆସିଛି ।
ଟିମ୍ରେ ଭର୍ତ୍ତି ହେବାର ସୁଯୋଗ ପାଇଁ ଚାଲିଛି ଆର୍ଥିକ ଦେଣନେଣ କଥାବାର୍ତ୍ତା । ଖେଳାଳିଙ୍କ ସହ ସବୁକିଛି ଡିଲ୍ ଫୋନ୍ରେ କରାଯାଉଛି । ଯାହାର ପ୍ରମାଣ ପ୍ରମେୟ ନ୍ୟୁଜ୍ ସେଭେନ୍ ହାତରେ ଲାଗିଛି । ଯାହା ପ୍ରମାଣିତ କରୁଛି ଓଡ଼ିଶା କ୍ରିକେଟର ସ୍ଥିତି କେତେ ନିମ୍ନସ୍ତରକୁ ଗଲାଣି । ଆଉ କ୍ରିକେଟ୍ ଯୋଗ୍ୟତାର ମାପ କାଠି ହୋଇ ରହିନି । ଖେଳାଳି ଚୟନର ମାଧ୍ୟମ ପାଲଟିଛି ଅର୍ଥ ।
କେବଳ ଟଙ୍କା ନୁହେଁ ଓଡ଼ିଶା କ୍ରିକେଟ୍ ସହ ଜଡିତ ଥିବା କିଛି ବ୍ୟକ୍ତିଙ୍କୁ ଖୁଆଇ ପିଆଇ ଏମିତି ବିଭିନ୍ନ ଉପହାର ଦିଆନିଆ କରି ଖେଳାଳିଙ୍କୁ ଚୟନ କରାଯାଉଛି । ଯିଏ ନଦେଇ ପାରୁଛି ପ୍ରତିଭା ଥିଲେ ବି ତାକୁ ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି ।