ଖେଳ ପଡିଆ ପାଇଁ ମନରେଗା ଯୋଜନାରେ ମିଳିଥିଲା ୭ଲକ୍ଷ, ଖାଲି ମାଟି ପକାଇ ଆତ୍ମସାତ୍ କଲେ ଲକ୍ଷାଧିକ ଟଙ୍କା !

Published By : Prameya-News7 Bureau | February 23, 2021 IST

ରାଇରଙ୍ଗପୁର ୨୩।୨: ମନରେଗା କାମରେ ଦୁର୍ନୀତି ଅଭିଯୋଗ । କାମ ନ କରି ଖାଇଗଲେ ଲକ୍ଷାଧିକ ଟଙ୍କା । ସରକାର ଗରିବଙ୍କୁ ମନରେଗା ଯୋଜନାରେ ଦେଉଥିବା ଅର୍ଥକୁ ବାବୁମାନେ ମିଳିମିଶି ବାବୁମାନେ ହଡପ କରୁଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ସୁଦର୍ଶନପୁର ଗ୍ରାମପଞ୍ଚାୟତର ନାଉପଡା ଗ୍ରାମରୁ ।

{"id":413435,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନାଉପଡା ଗାଁର ଖେଳପଡ଼ିଆ ଉନ୍ନତି ପାଇଁ ୭ ଲକ୍ଷ ଟଙ୍କା ମନରେଗା ମାଧ୍ୟମରେ ଖର୍ଚ୍ଚ ପାଇଁ ଆସିଥିଲା । କିନ୍ତୁ ଆର୍ଥିକ ବର୍ଷ ୨୦୧୯-୨୦ରେ ଏହି ଖେଳ ପଡିଆର ଉନ୍ନତି ନାଁରେ ନାମକୁ ମାତ୍ର କିଛି ମାଟି ପକାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଖେଳ ପଡିଆ ଅବସ୍ଥା ଦେଖିଲେ ଏତେ ଟଙ୍କା ଖର୍ଚ୍ଚ ହୋଇଥିବା କେହି ବି ବିଶ୍ବାସ କରିବେନାହିଁ । ସୂଚନା ଫଳକ ଭାଙ୍ଗି ଦିଆଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ୮ ଦିନ ଧରି ବିଭିନ୍ନ ବାହାନା ଦେଖାଇ ଲୁଚକାଳି ଖେଳିବା ସହିତ ସାମ୍ନାକୁ ଆସୁ ନାହାଁନ୍ତି ।

{"id":413436,"sizeSlug":"large","linkDestination":"none"}

ସେପଟେ ଅଭିଯୋଗ ଭିତ୍ତିହୀନ, କୌଣସି ଅର୍ଥ ହେରଫେର ହୋଇ ନଥିବା କହିଛନ୍ତି ସରପଞ୍ଚ ଜ୍ଞାନ ହେମ୍ବ୍ରମ । ତେବେ ମନରେଗାରେ ଆସୁଥିବା ବିଭିନ୍ନ କାର୍ଯ୍ୟ ନିମ୍ନମାନର ହେବା ସହ ବିନା କାର୍ଯ୍ୟରେ ବିଲ୍ କରି ଅର୍ଥ ଆତ୍ମସାତ କରିବା ଘଟଣା ଦିନଙ୍କୁ ଦିନ ବଢ଼ିବାରେ ଲାଗିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଦେଖିବାକୁ ମିଳୁଛି । ନାଉପଡା ଗ୍ରାମବାସୀ ଖେଳ ପଡିଆର ଉନ୍ନୟନ କାମ ଶୀଘ୍ର ଶେଷ କରିବା ସହିତ ଅର୍ଥ ଆତ୍ମସାତର ତଦନ୍ତ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.