ନବରଙ୍ଗପୁର ୨୦|୭: ଜଣେ ବି ଭୋକିଲା ରହିବେନାହିଁ। ଏଥିପାଇଁ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କଲେ। ସେହିପରି ଯୋଜନା ଯେମିତି ଦୁର୍ନୀତି ନହୁଏ ସେଥିପାଇଁ ବାୟୋମେଟ୍ରିକ ଟିପ ଚିହ୍ନ ନେବାର ବ୍ୟବସ୍ଥା କରାଯାଇଛି। ତଥାପି ଏହି ଯୋଜନାରେ ବାଟମାରଣା ହେଉଛି ଚାଉଳ। ମୃତକଙ୍କ କାର୍ଡ଼ରେ ନିୟମିତ ଭାବରେ ବର୍ଷବର୍ଷ ଧରି ଉଠୁଛି ଚାଉଳ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକରେ।
{"id":135666}ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ ମୋହରା ପଞ୍ଚାୟତ ବଦମୁଣ୍ଡା ଗ୍ରାମର ରାମଧର ସୁନାଙ୍କୁ ୨୦୧୫ମସିହାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାସନ କାର୍ଡ ଦିଆଯାଇଥିଲା। ପତ୍ନୀ କିମ୍ବା କୌଣସି ସନ୍ତାନ ନଥିବାରୁ ଜଣଙ୍କ ପାଇଁ ପାଞ୍ଚ କିଲୋ ଚାଉଳ ଆଣୁଥିଲେ।
{"id":135669}ତେବେ ୨୦୧୬ମସିହା ନଭେମ୍ବର ମାସରେ ରାମଧରଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ ଭାବରେ ଚାଉଳ ଉଠୁଛି। ୨୦୧୬ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଉଳ ଆଣୁଥିଲେ ଏହାପରେ ଆଉ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇନାହାନ୍ତି କି ଚାଉଳ ଆଣିନାହାନ୍ତି। ତଥାପି ଚଳିତମାସ ପର୍ଯ୍ୟନ୍ତ ମୋବାଇଲକୁ ନିୟମିତଭାବରେ ଚାଉଳ ଉଠାଯାଉଥିବାର ମେସେଜ ଆସୁଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ରାମଧରଙ୍କ ପୁତୁରା ଜଗଦୀଶ ସୁନା।
{"id":135668}ଏହି ଅଭିଯୋଗ ନେଇ ମୋହରା ପଞ୍ଚାୟତର ଯୋଗାଣ ସହାୟକ ଅଧିକାରୀ ହୀରାଲାଲ ବେବର୍ତା ବିଭିନ୍ନ ଆଳ ଦେଖାଇ କଥାଟିକୁ ଏଡାଇ ଦେଇଥିଲେ। ସେ ଏ ବିଷୟରେ କିଛି ଜାଣିନାହାନ୍ତି ମେସିନର ଭୁଲ ଥାଇପାରେ କହିଥିଲେ। ଅନ୍ୟପଟେ ମୃତ ରାମଧରଙ୍କ ନାମ ତାଲିକାରୁ ହଟାଇବା ପାଇଁ ଚିଠି କରିଥିଲେ କିନ୍ତୁ ବ୍ଲକ ପ୍ରଶାସନ ନାମ ହଟାଇନଥିବା କଥା କହି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରିଥିଲେ।
{"id":135670}ଏନେଇ ଚନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କ ପାଖକୁ ପହଁଚୁଥିବା ସାମଗ୍ରୀ ଅଥବା ଅର୍ଥ ଯେପରି ବାଟମାରଣା ନହେବ ସେଥିପାଇଁ ସରକାର ବିବିନ୍ନ ଉପାୟ କରୁଥିଲେ ମଧ୍ୟ ସରକାର ବାଟମାରଣା ରୋକିବାରେ ସଫଳ ହୋଇପାରୁ ନାହାନ୍ତି। ହେଲେ ଦେଖିବାକୁ ରହିଲା ମୃତ ରାମଧର ସୁନାଙ୍କ ଚାଉଳ କିଏ ଓ କେତେ ପରିମାଣର ହରିଲୁଟ୍ କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ।