ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ବଡ ଡାଇରେକ୍ଟରର ପରିଚୟ ଦେଇ ବିଛାଥିଲେ ଜାଲ, ମଡେଲିଂ ଲୋଭରେ ହରାଇଲେ ଲକ୍ଷ ଲକ୍ଷ ଟଙ୍କା

2/10/2021 at 1:55 PM

ଭୁବନେଶ୍ବର ୨।୧୦: ମଡେଲ ହେବାର ନିଶା ପାଇଁ ଫସିଗଲେ । ଆଉ ଠକକୁ ଦେଇଦେଲେ ପ୍ରାୟ ଲକ୍ଷେ ଟଙ୍କା । ମିଛ ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ଲୁଟିନେଲେ ଠକ ଡାଇରେକ୍ଟର। ଠକିନେଲେ ପାଖାପାଖି ଲକ୍ଷେ ଟଙ୍କା । ଠକ ଡାଇରେକ୍ଟର ଜଣଙ୍କ ହେଉଛନ୍ତି ଅବିନାଶ ରାଉତ ।

ସୂଚନାଯୋଗ୍ୟ ଯେ, କିଛି ଯୁବକ ଓ ଯୁବତୀଙ୍କୁ ମେଡେଲିଂର ସୁଯୋଗ ଦେବାକୁ କହିଥିଲେ ଡାଇରେକ୍ଟର ଅବିନାଶ ରାଉତ । ନିଜକୁ ଜଣେ ବଡ ଡାଇରେକ୍ଟର କହିବା ସହ ଏକ ଓ୍ବେବ୍ ଚ୍ୟାନେଲର ମାଲିକ ବୋଲି ପରିଚୟ ଦେଇଥିଲେ ଅବିନାଶ । ମଡେଲିଂ ସହ ବିଜ୍ଞାପନ ସୁଟ୍ କରିବାକୁ ସୁଯୋଗ ଦେବାକୁ କହି ପ୍ରଲୋଭିତ କରିଥିଲେ ।  ଏମିତି କହି ୧୦ ଜଣ ଯୁବତୀ ଏବଂ ୮ ଜଣ ଯୁବକଙ୍କଠାରୁ ସେ ପ୍ରାୟ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଠକାମୀର ଶିକାର ହୋଇଥିବା ଜଣେ ଯୁବତୀ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

   Related Posts