ସାମ୍ବାଦିକ କରାଇବା ନାଁରେ ମହିଳାଙ୍କୁ ଠକେଇ; କ୍ଷେପଣାସ୍ତ୍ର ଖବରକାଗଜ ପରିଚାଳନା ସମ୍ପାଦକ ଗିରଫ
6/09/2022 at 8:45 PM

କଟକ ୦୬/୦୯: ସାମ୍ବାଦିକ କରାଇ ଦେବାର ପ୍ରତିଶୃତି ଦେଇ ଠକେଇ କରିଛନ୍ତି ଯୁବକ। ମହିଳାଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକି ନେଇଛନ୍ତି ଯୁବକ ଜଣଙ୍କ। ଯୁବକ ସାମ୍ବାଦିକ କରାଇ ଦେବାକୁ କହି ଆହୁରି ମଧ୍ଯ ଶାରୀରିକ ଶୋଷଣ ଓ ବ୍ଲାକମେଲିଂ କରିଛନ୍ତି ବୋଲି ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ଅକ୍ଷୟ ରଞ୍ଜନ ଦାସ ନାମକ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି “କ୍ଷେପଣାସ୍ତ୍ର” ଖବର କାଗଜର ପରିଚାଳନା ସମ୍ପାଦକ। ଏନେଇ ଗତ ୨୨ ତାରିଖରେ ସାମ୍ବାଦିକ ଓ ଯୁବତୀ ବିଚ ରାସ୍ତାରେ ପିଟା ପିଟି ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଷ୍ଟାଡିୟମ ପାଖ ସିଡିଏମଓ କାର୍ଯ୍ଯାଳୟ ପାଖରେ ପିଟା ପିଟି ହୋଇଥିଲେ। ପରେ ଯୁବତୀ ଅକ୍ଷୟଙ୍କ ନାଁରେ ଏତଲା ଦେଇଥିଲେ। ପୋଲିସ ଅକ୍ଷୟଙ୍କୁ ଗିରଫ କରିବା ସହିତ ଏକ ବାଇକ୍ସାଇକେଲ ଓ ଗୋଟିଏ ଗଣମାଧ୍ୟମ ପରିଚୟ ପତ୍ର ଜବତ କରିଛି।