ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଋଣ ଓ ଚାକିରୀ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

3/06/2022 at 4:53 PM

ନବରଙ୍ଗପୁର ୩।୬: ମୁଦ୍ରା ଲୋନ ନିଅ, ଅଧା ଋଣ ଟଙ୍କା ସୁଝ । ଦୁଇ ଲକ୍ଷ ଟଙ୍କା ଋଣ ପାଇଁ ପ୍ରଥମେ ମାତ୍ର ୧୨ ରୁ ୧୫ ହଜାର ଟଙ୍କା ଦେବାକୁ ପଡିବ । ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଚାହିଁବ, ସେହି ବ୍ୟାଙ୍କରୁ ଋଣ କରାଇଦେବି । ସେହିଭଳି ବିଭିନ୍ନ ଅନୁଷ୍ଠାନରେ ପିଅନ ଚାକିରୀ କରାଇଦେବାକୁ ଟଙ୍କା ଦିଅ । ମୋର ସମସ୍ତଙ୍କ ସହ ଭଲ ସମ୍ପର୍କ ରହିଛି । ପ୍ରଥମେ ଟଙ୍କା ଦିଅ ସବୁ କାର୍ଯ୍ୟ ସଫଳ କରାଇଦେବି ବୋଲି ନବରଙ୍ଗପୁର ଜିଲ୍ଲା କୁସୁମୀ ଗ୍ରାମର ସୁନୀଲ ହରିଜନ ଲୋକଙ୍କୁ ପ୍ରଲୋଭନ ଦେଖାଇଥିଲେ । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୨୧ ଜଣଙ୍କଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଯାଇଥିଲା ।

ନନ୍ଦାହାଣ୍ଡି ବ୍ଲକର ମଦନ ମଙ୍ଗଳି ନବରଙ୍ଗପୁର ଥାନାରେ ଏନେଇ ପ୍ରଥମେ ଅଭିଯୋଗ କଲା ପରେ ଆଉ ୨୦ଜଣ ମଧ୍ୟ ସୁନୀଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ସୁନୀଲ ହରିଜନଙ୍କ ବିରୋଧରେ ନବରଙ୍ଗପୁର ପୋଲିସ ମାମଲା ଦାୟର କରି ତଦନ୍ତ ଚଳାଇଥିଲା । ଶୁକ୍ରବାର ନବରଙ୍ଗପୁର ପୋଲିସ ଅଭିଯୁକ୍ତ ଠକ ସୁନୀଲକୁ କୁସୁମୀ ଗ୍ରାମରୁ ଗିରଫ କରିଥିବା ବେଳେ ଏଥିରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି ତାର ତଦନ୍ତ ଚଳାଇଛି । ସୁନୀଲ ବିରୋଧରେ ନବରଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ତା ନାଁରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏଏସ୍‌ପି ଜୟକୃଷ୍ଣ ବେହେରା ।

   Related Posts