ଖୋଲିଲା ଫ୍ରାଙ୍କି ଫେବର ଇଣ୍ଡିଆର ନୂଆ ଆଉଟଲେଟ ‘ଫେବର ପ୍ଲାଟିନମ୍‌ ଷ୍ଟୁଡିଓ’, ପୂଜାରେ ମିଳିବ ଆକର୍ଷଣୀୟ ଅଫର୍‌

Published By : Prameya-News7 Bureau | August 22, 2022 IST

ଭୁବନେଶ୍ୱର,୨୨/୦୮: କିଚେନ ସଲ୍ୟୁସନ୍ ଯୋଗାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଫ୍ରାଙ୍କି ଫେବର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଶା ବଜାରରେ ଏହାର ଉପସ୍ଥିତିକୁ ଆହୁରି ଅଧିକ ଜାହିର କରିଛି। କମ୍ପାନୀ ପକ୍ଷରୁ ଏହାର ଏକ୍ସକ୍ଲୁସିଭ ଆଉଟଲେଟ ‘ଫେବର ପ୍ଲାଟିନମ୍‌ ଷ୍ଟୁଡିଓ’ ସ୍ଥାନୀୟ ସୌଭାଗ୍ୟନଗର ଅନ୍ତର୍ଗତ ନୂଆ ସିରିପୁର ରୋଡ୍‌ର କାନାରା ବ୍ୟାଙ୍କ ବିପରୀତ ପାର୍ଶ୍ୱରେ ‘ସାଇକିଚେନ’ ଦ୍ୱାରା ଖୋଲାଯାଇଛି। 

ପ୍ରାଙ୍କି ଫେରର ଜେନେରାଲ ମ୍ୟାନେଜର ମନୋଜ ଶ୍ରୀବାସ୍ତବ, ଆର୍‌ଏସ୍‌ଏମ୍‌ ଅର୍ଜୁନ ଦାସ ଗୁପ୍ତା, ଏଏସ୍ଏମ୍‌‌ ଦୁଃଶାସନ ସାହୁ ଏବଂ ବିଜ୍‌ନେସ ପାର୍ଟନର ତଥା ସାଇକିଚେନର ସ୍ୱତ୍ତ୍ୱାଧିକାରୀ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନୂଆ ଷ୍ଟୋରକୁ ଶୁଭାରମ୍ଭ କରିଥିଲେ। କମ୍ପାନୀ ବିତରଣ ଚ୍ୟାନେଲ ଦ୍ୱାରା ଓଡ଼ିଶାରେ ଏହାର ଉତ୍ପାଦକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଉଥିବା ବେଳେ ପ୍ରଥମ କରି ଏଭଳି ଫ୍ଲାଗସିପ ଷ୍ଟୋର ଶୁଭାରମ୍ଭ କରିଛି । ଆଗାମୀ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଫ୍ଲାଗସିପ ଷ୍ଟୋର ଖୋଲିବାକୁ ଯୋଜନା ରହିଥିବା ଶ୍ରୀ ଦାସଗୁପ୍ତା ସୂଚନା ଦେଇଛନ୍ତି।

ଏହି ଷ୍ଟୋରରେ ଗ୍ରାହକମାନେ କମ୍ପାନୀର ଚିମନୀ, ୱାଟର ପ୍ୟୁରିଫାୟର, ଗ୍ୟାସ୍‌ ଆପ୍ଲାଏନ୍ସ, ବିଲ୍ଟ ଇନ୍‌ ଆତ୍ପାଏନ୍ସ, ୱାଟର ହିଟର୍‌, ଡିସ୍‌ ୱାସର, ସ୍କୁଲ ଆପ୍ଲାଏନ୍ସ ଭଳି ଉତ୍ପାଦନ ପାଇ ପାରିବେ। ପୂଜା ଉପଲକ୍ଷେ କମ୍ପାନୀ ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରିବ। ସର୍ଭିସ କ୍ଷେତ୍ରରେ ଗ୍ରାହକ ଯେଉଁଭଳି କୌଣସି ସମସ୍ୟା ସାମ୍ନା ନକରନ୍ତି ତାକୁ ଧ୍ୟାନରେ ରଖାଯାଇଥିବା ଶ୍ରୀ ଦାସଗୁପ୍ତା ପ୍ରକାଶ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.