oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

କିଭ୍‌ରେ ଜର୍ମାନୀ ଚାନସେଲର, ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଇଟାଲୀ ପିଏମ, ରୁଷକୁ ଘେରିବାକୁ ପ୍ରସ୍ତୁତି ?

16/06/2022 at 5:16 PM

ନୂଆଦିଲ୍ଲୀ: ଗୁରୁବାର ୟୁକ୍ରେନ ରଜଧାନୀରେ ୟୁରୋପୀୟ ୟୁନିୟନର ତିନି ଶକ୍ତିଶାଳୀ ନେତା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନ ଚାନସେଲର ଓଲଫ ସ୍ଲୋଜ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀ କିଭରେ ପହଞ୍ଚିଛନ୍ତି । ବୁଧବାର ତିନି ଦେଶର ରାଷ୍ଟ୍ରମୁଖ୍ୟ ପୋଲାଣ୍ଡ ସୀମା ନିକଟରୁ ଟ୍ରେନ ଯୋଗେ ୟୁକ୍ରେନର ରାଜଧାନୀରେ ପହଞ୍ଚିଛନ୍ତି । ତିନି ନେତା ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଭେଟିବା ସହ ଯୁଦ୍ଧ ଅଞ୍ଚଳ ବୁଲି ଦେଖିବେ ।

ଯୁଦ୍ଧ ପରେ ୟୁରୋପର ତିନି ସର୍ବବୃହତ ଅର୍ଥନୀତିର ମୁଖ୍ୟଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ଫେବ୍ରୁଆରୀରେ ରୁଷର ଆକ୍ରମଣ ପରଠୁ ଏହି ତିନି ଦେଶର ମୁଖ୍ୟ ୟୁକ୍ରେନ ଗସ୍ତ କରି ନଥିଲେ। ଏହାକୁ ନେଇ ସ୍ଲୋଜ ଏବଂ ମାକ୍ରନଙ୍କୁ ନିଜ ଦେଶରେ ସମାଲୋଚନାର ସାମନା କରିବାକୁ ପଡିଥିଲା । ଗସ୍ତ ସମୟରେ ତିନି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଜେଲେନସ୍କିଙ୍କ ବୈଠକ ହେବ । ଏଥିରେ ପ୍ରତିରକ୍ଷା ସହାୟତା ଏବଂ ୟୁରୋପୀୟ ୟୁନିୟନରେ ୟୁକ୍ରେନର ସଦସ୍ୟତା ଆବେଦନ ଉପରେ ଆଲୋଚନା ହୋଇପାରେ ।

ରିପୋର୍ଟ ଅନୁସାରେ, ୟୁରୋପୀୟ ନେତା କିଭ୍ ପହଞ୍ଚିବା ପରେ ତୁରନ୍ତ ସାରା ସହରରେ ମିଶାଇଲ ଆକ୍ରମଣ ଚେତାବନୀର ସାଇରନ ବାଜିବା ଆରମ୍ଭ ହୋଇଥିଲା । ଜେଲେନସ୍କି ଚିଫ୍ ଅଫ୍ ଷ୍ଟାଫ୍ ଆଣ୍ଡ୍ରୀ ୟରମକ ନେତାଙ୍କୁ ସ୍ୱାଗତ କରି କହିଥିଲେ, ଖାଦ୍ୟ ସୁରକ୍ଷା, ହତିଆର ଏବଂ ୟୁକ୍ରେନ ପାଇଁ ସମର୍ଥନ ଆଲୋଚନା ପାଇଁ ମହତ୍ୱପୂର୍ଣ୍ଣ ବିଷୟ । ସେ କହିଥିଲେ, ଆମେ ୟୁରୋପୀୟନ ୟୁନିୟନର ସଦସ୍ୟତା ପାଇଁ ସମର୍ଥନର ଆଶାର ରଖିଛୁ । ରିପୋର୍ଟ ଅନୁସାରେ ୟୁରୋପୀୟନ କମିଶନ ଜୁନ ୧୭ରେ ୟୁକ୍ରେନକୁ ୟୁରୋପୀୟନ ୟୁନିୟନର ପ୍ରାର୍ଥୀର ମାନ୍ୟତା ଦେଇପାରେ।

   Related Posts