suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫ୍ରାନ୍ସ ଭାରତକୁ ଦେଲା ଆଉ ୫ ରାଫେଲ ବିମାନ, ପୂର୍ବୋତ୍ତର ସୀମାରେ ଚୀନ ଉପରେ ରଖିବ ନଜର

27/09/2020 at 7:22 PM

ପ୍ୟାରିସ୍‌ ୨୭।୦୯: ଫ୍ରାନ୍ସ ଭାରତକୁ ଦ୍ଵିତୀୟ ଦଫାରେ ଆଉ ୫ ରାଫେଲ ଦେଇଛି। ଏହି ରାଫେଲ ବିମାନଗୁଡିକ ଏବେ ଫ୍ରାନ୍ସ ମାଟିରେ ରହିଛି। କୁହାଯାଉଛି ଅକ୍ଟୋବରରେ ଏହି ରାଫେଲ ବିମାନ ଭାରତ ପହଞ୍ଚିବ। ଏହି ବିମାନଗୁଡିକୁ ପଶ୍ଚିମବଙ୍ଗରେ ସ୍ଥିତ କଲଇକୁଣ୍ଡା ବାୟୁସେନା ଘାଟିରେ ମୁତୟନ କରାଯିବ। ଏହି ବିମାନ ଚୀନ ସଂଲଗ୍ନ ପୂର୍ବ ସୀମାରେ ଶତ୍ରୁ ଉପରେ ନଜର ରଖିବ। ପ୍ରଥମ ଦଫାରେ ଫ୍ରାନ୍ସଠୁ ମିଳିଥିବା ୫ ରାଫେଲ ବିମାନ ସେପ୍ଟେମ୍ବର ୧୦ରେ ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।

ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନିନ କହିଛନ୍ତି ଦ୍ଵିତୀୟ ଦଫାରେ ଭାରତକୁ ପାଞ୍ଚ ରାଫେଲ ବିମାନ ପ୍ରଦାନ କରାଯାଇଛି। ଏହି ବିମାନ ବର୍ତ୍ତମାନ ଫ୍ରାନ୍ସରେ ରହିଛି। ଭାରତୀୟ ବାୟୁସେନା ଉପରେ ନିର୍ଭର କରେ ଯେ, କେବେ ସେମାନେ ଏହାକୁ  ଭାରତ ଆଣିବେ। ସେ ଭାରତୀୟ ବାୟୁସେନାକୁ ପ୍ରଶଂସା କରି କାର୍ଯ୍ୟଦକ୍ଷତା ଉତ୍କୃଷ୍ଟ ଥିବା କହିଥିଲେ। ଏହାକୁ ମିଶାଇ ଫ୍ରାନ୍ସ ଭାରତକୁ ମୋଟ୍ ୧୦ ରାଫେଲ ବିମାନ ହସ୍ତାନ୍ତର କରିଛି।

 ଭାରତ ଫ୍ରାନ୍ସ ସହିତ ୩୬ ରାଫେଲ ବିମାନ କ୍ରୟ ପାଇଁ ରାଜିନାମା କରିଛି। ୩୬ ରାଫେଲ ବିମାନରୁ ୩୦ ଲଢୁଆ ବିମାନ ଏବଂ ଛଅ ପ୍ରଶିକ୍ଷଣ ବିମାନ ରହିବ। ପ୍ରଶିକ୍ଷଣ ବିମାନରେ ଦୁଇଟି ସିଟ୍‌ ରହିବ ଏବଂ ସେଥିରେ ଲଢୁଆ ବିମାନ ପରି ସମସ୍ତ ବିଶେଷତ୍ଵ ରହିବ। ରୁଷରୁ ସୁଖୋଇ ବିମାନ କିଣିବା ପରେ ୨୩ ବର୍ଷ ପରେ  ଭାରତ ବଡ ବଜେଟ୍‌ରେ ରାଫେଲ  ବିମାନ ଫ୍ରାନ୍ସଠୁ କିଣୁଛି।

   Related Posts