ଭାରତୀୟ ନୌସେନାରେ ଗର୍ଜିବ ରାଫେଲ M ଫାଇଟର ଜେଟ୍‌, ମାର୍ଚ୍ଚରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତକାଳରେ ହେବ ଡିଲ୍

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ ୪।୧:  ପ୍ରଥମେ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ ଲାଗି ରାଫେଲ ଯୁଦ୍ଧବିମାନ ଚୟନ କରିଥିଲା। ଏବେ ନୌସେନା ମଧ୍ୟ ରାଫେଲକୁ ଗୁରୁତ୍ୱ ଦେଉଛି। ଆସନ୍ତା ମାର୍ଚ୍ଚରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ ଭାରତ ଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତକାଳରେ ନୌସେନା ଲାଗି ରାଫେଲ ଯୁଦ୍ଧବିମାନ କିଣିବା ନିମନ୍ତେ ଡିଲ ସାଇନ ହୋଇପାରେ ବୋଲି ଆକଳନ କରାଯାଉଛି।

ତେବେ ସବୁଠୁ ଯାହା ଉଲ୍ଲେଖନୀୟ ତାହା ହେଉଛି  ରାଫେଲ ପାଇଁ ଭାରତୀୟ ନୌସେନା ଆମେରିକୀୟ ଯୁଦ୍ଧବିମାନ ଏଫ/ଏ-୧୮ ସୁପର ହର୍ଣ୍ଣେଟ୍‌କୁ ଖାରଜ କରିଦେଇଛି। ଏଣୁ ନୌସେନା ନିମନ୍ତେ ରାଫେଲ ଡିଲ ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ସମ୍ପର୍କର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ଏବେ କୁହାଯାଉଛି। ପ୍ରତିରକ୍ଷା ସୂତ୍ର ଅନୁସାରେ ନୌସେନା ଲାଗି ୨୬ଟି ରାଫେଲ ଏମ୍‌ ଜେଟ୍‌ ଫାଇଟର କ୍ରୟ ନିମନ୍ତେ ଫ୍ରାନ୍ସ ସହିତ ଅନେକ ବିଲିୟନ ଡଲାରର କାରବାର ହୋଇପାରେ।

{"id":728945,"sizeSlug":"full","linkDestination":"none"}

ରାଫେଲ ନିର୍ମାତା କମ୍ପାନୀ ଦାସଲ୍ଟ ଏଭିଏସନ ଭାରତ ତାର ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ ଲାଗି ରାଫେଲ କ୍ରୟ କରିବ ବୋଲି ଏକ ପ୍ରକାର ନିଶ୍ଚିତ। ଏପର୍ଯ୍ୟନ୍ତ ରାଫେଲ ଏମ୍ ର ବ୍ୟବହାର ଇଜିପ୍ଟ, ଇଣ୍ଡୋନେସିଆ ଓ ୟୁଏଇର ନୌସେନାରେ ହେଉଛି।  ତେବେ ନୌସେନା ତା ସ୍କ୍ୱାଡ୍ରନ ନିମନ୍ତେ ଫରାସୀ ରାଫେଲ ଅଥବା ଆମେରିକୀୟ ସୁପର ହର୍ଣ୍ଣେଟ କିଣିବ ସେ ନେଇ ନିକଟରେ ଉଭୟ ଫାଇଟର ଜେଟ୍‌ର ପରୀକ୍ଷଣ ଉଡାଣ କରିଥିଲା। ତେବେ ଏଥିରେ ନୌସେନା ରାଫେଲକୁ ପ୍ରାଥମିକତା ଦେଇଛି।

ନୌସେନା ସ୍କ୍ୱାଡ୍ରନରେ ପୁରୁଣା ହୋଇଯାଇଥିବା ଋଷିଆ ନିର୍ମିତ ଫାଇଟର ଜେଟ୍ ମିଗ୍-୨୯ କେ ଓ ମିଗ୍- ୨୯ କେୟୁବିକୁ ଏବେ ବଦଳାଇବାକୁ ଚାହୁଁଛି। ନୌସେନା ସ୍କ୍ୱାଡ୍ରନରେ ଏହିବିମାନରୁ ଏବେ ୪୧ଟି ମୁତୟନ ଅଛନ୍ତି। ଏହା ବଦଳେ ନୌସେନା ଅନେକ ଯୁଦ୍ଧବିମାନର ସୂଚୀ ପ୍ରସ୍ତୁତ କରିଥିଲା ହେଲେ ଶେଷରେ ଏଫଏ-୧୮ ସୁପର ହର୍ଣ୍ଣେଟ୍ ଓ ରାଫେଲ ଏମ୍‌ ଥିଲେ। ଶେଷ ରାଫେଲ ଏମ୍‌ରେ ନୌସେନା ଏବେ ସହମତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.