ଜି-୨୦ରେ ଭାରତର ନେତୃତ୍ବ, ଅଧ୍ୟକ୍ଷତା ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ: ଭାରତର ଜି-୨୦ ନେତୃତ୍ବକୁ ନେଇ ବିଶ୍ବ ସମ୍ମୁଦାୟ ଖୁସି । ଭାରତ ଅଧ୍ୟକ୍ଷତା ସମ୍ଭାଳିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ଈମେନୁଏଲ ମୌକ୍ରୋଂ ।

ଡିସେମ୍ବର ୧ ତାରିଖରୁ ଭାରତ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା ଭାର ସମ୍ଭାଳିଛି । ଭାରତର ଅଧ୍ୟକ୍ଷତାକୁ ନେଇ ଜି-୨୦ ଦେଶମାନେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭାରସା ଅଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଈମେନୁଏଲ ମୌକ୍ରୋଂ କହିଛନ୍ତି ସମୁଦାୟ ବିଶ୍ବ ଏକ ପରିବାର ଓ ଏକ ଭବିଷ୍ୟତ । ମୋତେ ମୋ ମିତ୍ରଙ୍କ ଉପରେ ଭରସା ରହିଛି, ସେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା  କରିବା ଦିଗରେ ପଦକ୍ଷେପ ନେବେ ।

ଏହା ପୂର୍ବରୁ ଶୁକ୍ରବାର ମାଳଦୀପ ରାଷ୍ଟ୍ରପତି ଇବ୍ରାବିମ୍ ମହମ୍ମଦ ସୋଲିହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । କୁଟନୀତି କ୍ଷେତ୍ରରେ ଭାରତ ସବୁ ଦେଶକୁ ସମାନ୍ତରଳ ଭାବେ ସହଯୋଗ କରିପାରିବ । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ବିଟ କରି ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି  ।

ଜି-୨୦ ହେଉଛି ବିଶ୍ବର ପ୍ରମୁଖ ବିକଶିତ ଓ ବିକାଶଶୀଳ ଦେଶମାନଙ୍କର ଏକ ମଞ୍ଚ । ଭାରତୀୟ ବିଦେଶ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ଚଳିତ ଜି-୨୦ ଥିମ୍ ହେଉଛି ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ । ଭାରତ ଏଥିରେ ୩୨ଟି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ୫୦ରୁ ଅଧିକ ସହରରେ ୨୦୦ରୁ ଅଧିକ ବୈଠକରେ ଅଧ୍ୟକ୍ଷତା କରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.