ଭାରତୀୟଙ୍କୁ ନେଇ ଯାଉଥିବା ବିମାନକୁ ଅଟକାଯିବା ପ୍ରସଙ୍ଗ: ଫ୍ଲାଇଟ୍‌ରେ ଥିବା ୧୩ ନାବାଳକଙ୍କ ନାହାନ୍ତି ଅଭିଭାବକ

Published By : Prameya-News7 Bureau | December 23, 2023 IST

ନୂଆଦିଲ୍ଲୀ: ୟୁଏଇରୁ ନିକାରାଗୁ ଅଭିମୁଖେ ଯାଉଥିବା ବିମାନକୁ ଫ୍ରାନ୍ସରେ ଅଟକାଯାଇଥିଲା। ଯେଉଁଥିରେ ଥିଲେ ୩୦୩ ଭାରତୀୟ। ହେଲେ ଅଟକାଇବାର କାରଣ ଥିଲା ମାନବ ଚାଲାଣ । ଏହାରି ଭିତରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ, ବିମାନରେ ୧୩ ଜଣ ନାବାଳକ ଅଛନ୍ତି ଯେଉଁମାନଙ୍କ ସହ କୌଣସି ଅଭିଭାବକ ନଥିଲେ।

ଏହା ସହ ପ୍ୟାରିସରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକଙ୍କ ପାଇଁ କୂଟନୈତିକ ସ୍ତରରେ ସୁବିଧା ଯୋଗାଇଥିଲା। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭାଟ୍ରି ବିମାନ ବନ୍ଦରରେ ଫସି ରହିଥିବା ଭାରତୀୟଙ୍କ ସମସ୍ୟାର ସମାଧାନ ପାଇଁ ଫ୍ରାନ୍ସ ସରକାରଙ୍କ ସହ ଆଲୋଚନା ଚାଲିଛି।

ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସ କର୍ତ୍ତୃପକ୍ଷ ଗୁରୁବାର ମାର୍ନେର ଭାଟ୍ରି ବିମାନବନ୍ଦରରେ ତାଙ୍କୁ ଅଟକାଇଥିଲେ। ଫ୍ରାନ୍ସରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ପ୍ରଥମେ ବିମାନରେ ରଖାଯାଇଥିଲା, କିନ୍ତୁ ପରେ ସମସ୍ତଙ୍କୁ ଟର୍ମିନାଲ ବିଲଡିଂକୁ ପଠାଯାଇଥିଲା। ପୁରା ବିମାନବନ୍ଦରକୁ ପୋଲିସ ଘେରି ରହିଛି।

ମାର୍ନେ ବିଭାଗର ସିଭିଲ୍ ପ୍ରୋଟେକ୍ସନ୍ ୟୁନିଟ୍ ଶନିବାର କହିଛି ଯେ ବିମାନରେ ୧୩ ଜଣ ନାବାଳକ ଅଛନ୍ତି ଯେଉଁମାନଙ୍କ ସହ କୌଣସି ଅଭିଭାବକ ନଥିଲେ। ଯାହାର ବୟସ ୨୧ରୁ ୧୭ ବର୍ଷ ମଧ୍ୟରେ ହେବ। ପ୍ୟାରିସ ଆଇନ୍‌ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ସ୍ୱତନ୍ତ୍ର ଟିମ୍ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରୁଛି ଏବଂ ଅଧିକ ଯାଞ୍ଚ ପାଇଁ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

ଅଧିକ ପଢନ୍ତୁ- ବିମାନରେ ମାନବ ଚାଲାଣ ! ଫ୍ରାନ୍ସରେ ଅଟକିଲା ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ଫ୍ଲାଇଟ୍‌

ତେବେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଖବର ଅନୁଯାୟୀ, ଯାତ୍ରୀମାନେ ହୁଏତ ଏହି ଯାତ୍ରାକୁ କେନ୍ଦ୍ରୀୟ ଆମେରିକାରେ ପହଞ୍ଚିବା ପାଇଁ ଯୋଜନା କରିଥିବେ, ଯେଉଁଠାରୁ ସେମାନେ ବେଆଇନ ଭାବେ ଆମେରିକା କିମ୍ବା କାନାଡାକୁ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.