ଫ୍ରାନ୍ସର ଅଲକାୟଦା ଉପରେ ଆକ୍ରମଣ : ମାଲିରେ ଏୟାରଷ୍ଟ୍ରାଇକ୍ ,୫୦ ଆତଙ୍କବାଦୀ ନିହତ
3/11/2020 at 2:34 PM

ନୂଆଦିଲ୍ଲୀ ୩/୧୧: ଫ୍ରାନ୍ସରେ କିଛି ଦିନ ତଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ୟୁରୋପରେ ଅଶାନ୍ତି ଜାରି ରହିଛି। ଏହି ସମୟରେ ଫ୍ରାନ୍ସ ଆତଙ୍କବାଦୀ ସଙ୍ଗଠନ ଅଲକାୟଦା ଉପରେ ନିଜର ରାଗ ସୁଝାଇଛି। ଫ୍ରାନ୍ସର ରକ୍ଷା ମନ୍ତ୍ରୀଙ୍କ ମୁତାବକ,ଫ୍ରାନ୍ସର ନେତା ମାଲିରେ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୫୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଏହା ବ୍ୟତୀତ ପାଖାପାଖି ୪ଜଣ ଆତଙ୍କବାଦୀଙ୍କୁ ଜୀବିତ ଧରାଯାଇଛି। ଫ୍ରାନ୍ସରେ ପେଗାମ୍ବର ମହମ୍ମଦଙ୍କ କାର୍ଟୁନ ଅଙ୍କାଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଅନେକ ସହରରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋ ଚେତାବନୀ ଦେଇଥିଲେ ଯେ ସେ ହିଂସାକୁ ସମର୍ଥନ କରନ୍ତି ନାହିଁ ଏବଂ ଏପରି କରୁଥିବା ଲୋକଙ୍କୁ ଦଣ୍ଡ ଦିଆଯିବ।
ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ମୁତାବକ, ଅକ୍ଟୋବର ୩୦ତାରିଖରେ ଫ୍ରାନ୍ସର ସେନା ମାଲିରେ ଏୟାରଷ୍ଟ୍ରାଇକ୍ କରିଛନ୍ତି ଯେଉଁଥିରେ ୫୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୪ଜଣଙ୍କୁ ଜୀବିତ ଧରାଯାଇଛି। ଏହି ଏୟାରଷ୍ଟ୍ରାଇକର ସୂଚନା ଫ୍ରାନ୍ସ ସୋମବାର ସେୟାର କରିଛି। ଏହି ସ୍ଥାନରୁ ବିସ୍ଫୋରକ,ଅନ୍ୟାନ୍ୟ ଜିନିଷ ମିଳିଛି।
ଫ୍ରାନ୍ସର ସେନା ଏହି ଆକ୍ସନ ବେସ୍ଡ ଆଫ୍ରିକାର ବୁରକିନା ଫାସୋ ଏବଂ ନିଗେରର ବର୍ଡ଼ରରେ ନେଇଛି ଯେଉଁଠାରେ ଫ୍ରାନ୍ସର ସେନା ଇସଲାମିକ୍ ଆତଙ୍କବାଦୀ ବିରୋଧରେ ଲଢ଼େଇ କରିବାରେ ଜୁଟିଛି। ଫ୍ରାନ୍ସର ସେନା ଏଠାରେ ମିରାଜ ଜେଟ୍,ଡ୍ରୋନର ସହାୟତା ନେଇଛନ୍ତି ଏବଂ ୩୦ରୁ ଅଧିକ ମୋଟର ସାଇକେଲ୍ ବରବାଦ କରିଦେଇଥିଲେ ଯେଉଁଥିରେ ଆତଙ୍କବାଦୀ ଯାଉଥିଲେ।
ଫ୍ରାନ୍ସ ସରକାର ମୁତାବକ, ଏହି ଆତଙ୍କବାଦୀଙ୍କ ଅଲକାୟଦା ସହ ସମ୍ପର୍କ ଥିଲା। ଏମାନେ ଗୃପ୍ ଅଫ ଇସଲାମ୍ ଆଣ୍ଡ ମୁସଲିମ୍ ସଙ୍ଗଠନ ପାଇଁ କାମ କରୁଥିଲେ। ଯେତେବେଳେ ଆତଙ୍କବାଦୀ ମୋଟରସାଇକେଲରେ ଏକ ଦଳ ହୋଇ ଯାଉଥିଲେ ସେତେବେଳେ ଡ୍ରୋନ୍ ଜରିଆରେ ଫ୍ରାନ୍ସର ସେନା ତାଙ୍କୁ ଦେଖି ତାଙ୍କ ଉପରକୁ ଆକ୍ରମଣ କରିଥିଲେ।