ବିଦେଶୀ ନିବେଶକଙ୍କ ବଢିଲା ଭରଷା, ଅଗଷ୍ଟରେ ଏବେ ସୁଦ୍ଧା ୨୨,୪୫୨ କୋଟି କରିଛନ୍ତି ନିବେଶ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ବିଦେଶୀ ପୋର୍ଟଫୋଲିଓ ନିବେଶକ ଅର୍ଥାତ ପିଏଫଆଇ ଅଗଷ୍ଟର ପ୍ରଥମ ଦୁଇ ସପ୍ତାହରେ ଭାରତୀୟ ସେୟାରରେ ବେଶ ଉତ୍ସାହ ଦେଖାଇଛନ୍ତି । ଗତ କିଛି ମାସରେ ପିଏଫଆଇ ଏକ ଦୀର୍ଘ ଅନ୍ତରାଳରେ ଭାରତୀୟ ସେୟାର ବଜାରରୁ ଭରଷା ହରାଇ ସେୟାର ବିକ୍ରି କରିଥିଲେ । ଏବେ ଦେଶରେ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା କମିବା ପରେ ବିଦେଶୀ ନିବେଶକ ଅଗଷ୍ଟର ପ୍ରଥମ ଦୁଇ ସପ୍ତାହରେ ସେୟାର ବଜାରରେ ୨୨,୫୪୨ କୋଟି ଟଙ୍କା ନିବେଶ କରିଛନ୍ତି । ଡିପୋଜିଟରୀ ପରିସଂଖ୍ୟାନ ଅନୁସାରେ, ଏହା ପୂର୍ବରୁ ଜୁଲାଇ ମାସରେ ଏଫପିଆଇ ସେୟାରରେ ପ୍ରାୟ ୫୦୦୦ କୋଟି ନିବେଶ କରିଥିଲେ ।

ଲଗାତାର ନଅ ମାସ ଯାଏଁ ସେୟାର ବିକ୍ରି ପରେ ଜୁଲାଇରେ ଏଫପିଆଇ ପ୍ରଥମ ଥର ନିଟ୍ କ୍ରୟ ହୋଇଥିଲେ । ଗତ ବର୍ଷ ଅକ୍ଟୋବରରୁ ସେ ସେୟାର ବିକ୍ରି କରିବା ଜାରି ରଖିଥିଲେ । ୨୦୨୧ ଅକ୍ଟୋବରରୁ ୨୦୨୨ ଜୁନ ଯାଏଁ ଏଫପିଆଇ ୨.୪୬ ଲକ୍ଷ କୋଟି ଟଙ୍କାର ୟେସାର ବିକ୍ରି କରିଥିଲେ।

ନିକଟରେ ସରକାର ଜାରି କରିଥିବା ତଥ୍ୟ ଅନୁସାରେ, ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଁ ୬.୭୧ ପ୍ରତିଶତ ରହିଥିଲା । କିନ୍ତୁ ଏବେ ବି ଏହା ରିଜର୍ଭ ବ୍ୟାଙ୍କର ୬ ପ୍ରତିଶତ ଲକ୍ଷ୍ୟ ଠାରୁ ଉପରେ ରହିଛି । ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.