ଭାରତୀୟ ବଜାର ଉପରେ FPIର ଭରସା ମଜଭୁତ, ଜୁନରେ ୩୦,୬୦୦ କୋଟି ଟଙ୍କା ନିବେଶ

Published By : Prameya-News7 Bureau | June 25, 2023 IST

ନୂଆଦିଲ୍ଲୀ: ଫରେନ୍ ପୋର୍ଟଫୋଲିଓ ନିବେଶକଙ୍କ ଭାରତୀୟ ବଜାର ଉପରେ ଭରସା ଅଧିକ ମଜଭୁତ ହୋଇଛି । ବିଦେଶୀ ନିବେଶକ ଜୁନରେ ଏବେ ସୁଦ୍ଧା ୩୦,୬୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ଏଫପିଆଇ ଦେଶରେ ମାଇକ୍ରୋ ଇକୋନମିକ ସ୍ଥିରତା ଏବଂ ମଜଭୁତ କର୍ପୋରେଟ୍ ଆୟ ଉପରେ ଭରସା କରିଛନ୍ତି । ଡିପୋଜିଟରୀ ଡାଟା ଅନୁସାରେ ମଇରେ ଏଫସିଆଇ ୪୩,୮୩୮ କୋଟି ଟଙ୍କା ନିବେଶ କରିଥିଲେ, ଯାହା ନଅ ମାସରେ ସର୍ବାଧିକ ଅଟେ । ଏହି ସଂଖ୍ୟା ଏପ୍ରିଲରେ ୧୧,୬୩୧ କୋଟି ଟଙ୍କା ଏବଂ ମାର୍ଚ୍ଚରେ ୭,୯୩୬ କୋଟି ଟଙ୍କା ଥିଲା ।

{"id":808361,"sizeSlug":"full","linkDestination":"none"}

ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ଦିନରେ ଫଣ୍ଡ ଇନ୍-ଫ୍ଲୋରେ ଅସ୍ଥିରତା ଦେଖିବାକୁ ମିଳିପାରେ । ଆମେରିକୀୟ ଫେଡରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ବୃଦ୍ଧି ପରେ ବିଦେଶୀ ନିବେଶରେ ଉପର-ତଳ ହେବାର ସମ୍ଭାବନା ରହିଛି । ଏହାଛଡା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଦ୍ୱାରା ସୁଧ ହାରରେ ୫୦ ବେସିସ ପଏଣ୍ଟ ବଢାଯିବା ପରେ ନିଶେବକ ଅଧିକ ସତର୍କ ହୋଇପାରନ୍ତି । ଭାରତୀୟ ବଜାରେ ବଢୁଥିବା ମୂଲ୍ୟାଙ୍କନ ଏକ ଆହ୍ୱାନ ହୋଇପାରେ ।

ଏହା ପୂର୍ବରୁ ଜାନୁଆରୀ-ଫେବ୍ରୁଆରୀ ମଧ୍ୟରେ ଏଫପିଆଇ ୩୪,୦୦୦ କୋଟିରୁ ଅଧିକ ଟଙ୍କା ଭାରତୀୟ ବଜାରରୁ ବାହାର କରି ନେଇଥିଲେ । କିନ୍ତୁ ସଦ୍ୟ ଡାଟା ଅନୁସାରେ ଜୁନ ୧-୨୩ ମଧ୍ୟରେ ଏଫପିଆଇ ଭାରକୀୟ ସେୟାରରେ ଶୁଦ୍ଧ ରୂପେ ୩୦,୬୪୪ କୋଟି ଟଙ୍କା ନିବେଶ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.