Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍‌ ତିଆରି ଆରମ୍ଭ କରିବ ଫକ୍ସକନ; ଜୁଲାଇ ସୁଦ୍ଧା ସରିବ ଜମି ହସ୍ତାନ୍ତର ପ୍ରକ୍ରିୟା

1/06/2023 at 10:23 PM

ନୂଆଦିଲ୍ଲୀ, ୦୧/୦୬: ଭାରତରେ ଏହାର ବ୍ୟବସାୟ ବିସ୍ତାର ଜାରି ରଖିଛି ଆପଲ। ଚଳିତ ବର୍ଷ ଦେଶରେ ଆପଲ ଏହାର ଦୁଇଟି ଅଫିସିଆଲ ଷ୍ଟୋର ଖୋଲିଛି। ଆଉ ଏବେ ଆସନ୍ତା ବର୍ଷ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍ ନିର୍ମାଣ କରିବାକୁ ଯୋଜନା କରିଛି ଆପଲ । ଏଥିପାଇଁ ଫକ୍ସସନ ଆଇଫୋନ ନିର୍ମାଣ ପାଇଁ କର୍ଣ୍ଣାଟକରେ ଏହାର କାରଖାନା ତିଆରି କରିବ। ଫକ୍ସକନ ହେଉଛି ଆପଲର ସପ୍ଲାୟର।

ତେବେ ଗୁରୁବାର କର୍ଣ୍ଣାଟକ ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିବ ଆପଲ ସପ୍ଲାୟର ଫକ୍ସକନ୍। ଏଥିପାଇଁ ଜୁଲାଇ ୧ ସୁଦ୍ଧା ଫକ୍ସକନ୍‌କୁ କାରଖାନା ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ଯୋଜନା ରହିଛି । ଏହି ପ୍ରୋଜେକ୍ଟର ମୂଲ୍ୟ ୧୩୦ ବିଲିୟନ ଡଲାର ରହିଛି ଏବଂ ଫ୍ୟାକ୍ଟ୍ରିଦ୍ବାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବା ନେଇ କୁହାଯାଉଛି। ଫକ୍ସକନ୍ ବେଙ୍ଗାଲୁରୁର ଦେଭନାହାଲିଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ଲାଣ୍ଟରୁ ବାର୍ଷିକ ୨୦ମିଲିୟନ ଆଇଫୋନ୍ ଉତ୍ପାଦନ କରିବା ନେଇ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ବର୍ଣ୍ଣାଡ ଆର୍ନାଲ୍ଟଙ୍କୁ ପଛରେ ପକାଇଲେ ଏଲନ୍ ମସ୍କ, ବିଶ୍ବର ୧ନମ୍ବର ଧନୀ ହେଲେ ଟେସଲା ସିଇଓ

ସେପଟେ ଆପଲ ଭାରତରେ ଲଞ୍ଚ କରିଥିବା ଦୁଇ ଅଫିସିଆଲ ଷ୍ଟୋରରେ ମଧ୍ୟ ଭଲ କାରବାର ଜାରି ରହିଛି। ମିିଳିଥିବା ସୂଚନା ଅନୁଯାୟୀ, ଆପଲର ମୁମ୍ବାଇ ଏବଂ ଦିଲ୍ଲୀ ଷ୍ଟୋର ଗୋଟିଏ ମାସରେ ୨୨-୨୫ କୋଟି ଆୟ କରିଛନ୍ତି।

ସୂଚନାଥାଉକି, ଆପଲ ଏହାର ଉତ୍ପାଦନ ଚାଇନାରୁ ସ୍ଥାନାନ୍ତର କରିବା ଯୋଜନା କରୁଛି। କାରଣ କୋଭିଡ୍ କଟକଣା ଯୋଗୁଁ କମ୍ପାନୀର ବ୍ୟବସାୟରେ ବାଧା ଉତ୍ପନ୍ନ ହେଉଥିଲା। ଏହା ବ୍ୟତୀତ ବିଜିଂ ଏବଂ ଓ୍ବାସିଂଟନ ମଧ୍ୟରେ ତିକ୍ତତାର ମଧ୍ୟ ପ୍ରଭାବ ପଡ଼ିଛି।

ଆହୁରି ପଢ଼ନ୍ତୁ: ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ ମଧ୍ୟରେ ସ୍ଥାନ ପାଇଲା ରିଲାଏନ୍ସର ୨ଟି ବ୍ରାଣ୍ଡ

   Related Posts