scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବେଙ୍ଗାଲୁରୁ ପ୍ଲାଣ୍ଟରେ ଅତିରିକ୍ତ ୧ ବିଲିୟନ ଡଲାର ନିବେଶ କରିବ ଫକ୍ସକନ, ମିଳିଲା ମଞ୍ଜୁରୀ

13/12/2023 at 7:21 PM

ନୂଆଦିଲ୍ଲୀ: ଫକ୍ସକନ ଟେକ୍ନୋଲୋଜି ଗ୍ରୁପ୍‌, ଭାରତରେ ନିର୍ମାଣ କରୁଥିବା ଫ୍ୟାକ୍ଟ୍ରିରେ ଅତିରିକ୍ତ ୧ ବିଲିୟନ ଡଲାର ନିବେଶ କରିବ। ଏଥିପାଇଁ ଗ୍ରୁପ୍‌କୁ ଅନୁମତି ମଧ୍ୟ ମିଳିସାରିଛି। ବୁଧବାର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ୩୦୦ ଏକର ଜାଗାରେ ତିଆରି ହେଉଥିବା ପ୍ଲାଣ୍ଟରେ ଏହି ଅତିରିକ୍ତ ନିବେଶ ହେବ। ସୂଚନାଥାଉକି, ଏହି ଫ୍ୟାକ୍ଟ୍ରିରେ ଆପଲ ମୋବାଇଲ ସହ ବିଭିନ୍ନ ପ୍ରୋଡକ୍ଟ ତିଆରି ହେବ। ଏହି ଫ୍ୟାକ୍ଟ୍ରି ପାଇଁ କମ୍ପାନି ପୂର୍ବରୁ ୧.୬ ବିଲିୟନ ଡଲାର ନିବେଶ ସୀମା ରଖିଥିଲା ।

ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଅତିରିକ୍ତ ନିବେଶ ଫଳରେ ଆପଲ ଡିଭାଇସକୁ ବିକଶିତ କରିବା ପାଇଁ କମ୍ପାନି ପାଖରେ ଅତିରିକ୍ତ କ୍ଷମତା ରହିବ, କେବଳ ଆପଲର ଡିଭାଇସ ନୁହେଁ ବରଂ ଆଇଫୋନ ମଧ୍ୟ ବିକଶିତ କରାଯାଇପାରିବ।

ସୂଚନାଥାଉକି, ଆପଲର ସବୁଠୁ ବଡ଼ ପାର୍ଟନର ଫକ୍ସନ ଚଳିତ ବର୍ଷ ଏହାର ଫ୍ୟାକ୍ଟ୍ରି ବଜେଟ୍‌କୁ ବୃଦ୍ଧି କରିଛି। ଏହି କ୍ରମରେ କମ୍ପାନି ୨୦୨୩ ଆରମ୍ଭରେ କର୍ଣ୍ଣାଟକରେ ୭୦୦ ମିଲିୟନ ଡଲାରର ନିବେଶ କରିଥିଲା।

ଆହୁରି ପଢ଼ନ୍ତୁ: ୩୦୦୦ କୋଟି ଟଙ୍କାରେ ବିକ୍ରି ହୋଇଗଲା ଦିଗ୍ଗଜ ଫାଇନାନ୍ସ କମ୍ପାନୀ ‘ଶେୟରଖାନ’, ଜାଣନ୍ତୁ କିଣିଲେ କିଏ?

ଅବଶ୍ୟ ନୂଆ ନିବେଶର ବଡ଼ ଅଂଶ ଆପଲ ଉତ୍ପାଦରେ ଖର୍ଚ୍ଚ କରାଯବ। କିନ୍ତୁ ଅନୁମାନ ଲଗାଯାଉଛି ଯେ, ଫକ୍ପକନ ଇଲେକ୍ଟ୍ରିକ ଗାଡ଼ି ସହ ଜଡ଼ିତ ଉପକରଣ ଏବଂ ଅନ୍ୟ ସରଞ୍ଜାମ ତିଆରି କରିବା ଉଦ୍ଦେଶ୍ୟରେ ଏବଂ ଫ୍ୟାକ୍ଟ୍ରିର ଏକ ଅଂଶ ବ୍ୟବହାର କରିପାରେ। ନିକଟରେ ମଧ୍ୟ କମ୍ପାନି ଫ୍ୟାକ୍ଟ୍ରି ସ୍ଥାପନା ପାଇଁ ପ୍ରାୟ ୨.୭ ବିଲିୟନ ଡଲାର ଅଲଗା ରଖିଛି ରଖିଛି ଯାହା କମ୍ପାନିକୁ ଭାରତରେ ଏହାର ନିର୍ମାଣ କ୍ଷମତାର କେନ୍ଦ୍ର ବିନ୍ଦୁ ସ୍ଥାପନ କରିବାରେ ସାହାଯ୍ୟ କରିବ।

   Related Posts