scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବେଦାନ୍ତ ସହ ବ୍ରେକ୍‌ଅପ୍‌ ପରେ ଫକ୍ସକନକୁ ମିଳିଲା ଆଉ ଏକ ପାର୍ଟନର୍‌ ! ଖୁବ୍‌ଶୀଘ୍ର ଆରମ୍ଭ ହେବ ସେମିକଣ୍ଡକ୍ଟର ପ୍ଲାଣ୍ଟ

7/09/2023 at 9:31 PM

ନୂଆଦିଲ୍ଲୀ: ବେଦାନ୍ତ ସହ ବ୍ରେକ୍ଅପ୍‌ ପରେ ଭାରତରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ତାଇୱାନ୍‌ କମ୍ପାନୀ ଫକ୍ସନକୁ ଆଉ ଏକ ପାର୍ଟନର ମିଳି ଯାଇଛି। କମ୍ପାନୀ ଏବେ ଏସ୍‌ଟିମାଇକ୍ରୋଇଲେକ୍ଟ୍ରୋନିକ୍ସ ଏନ୍‌ଭି( STMicroelectronics NV) ସହ ମିଶି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏନେଇ ଗୁରୁବାର (ସେପ୍ଟେମ୍ବର ୭) ଅନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗର ରିପୋର୍ଟ ପ୍ରକାଶ ପାଇଛି।

ଏହା ପୂର୍ବରୁ ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ସହିତ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବାକୁ ଫକ୍ସନ ଚୁକ୍ତି କରିଥିଲା। ହେଲେ ପରେ ଉଭୟ କମ୍ପାନୀଙ୍କ ମତନ୍ତର ଯୋଗୁ ତୁକ୍ତି ବାତିଲ ହୋଇଯାଇଥିଲା। ଦୁଇ କମ୍ପାନୀ ଏହି ଡିଲ୍‌ରୁ ଓହରି ଯାଇଥିଲେ। ଏବେ ବେଦାନ୍ତ ମଧ୍ୟ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଲାଗିପଡ଼ିଛି।

ହେଲେ ଏବେ ଫକ୍ସକନ୍ ଟେକ୍ନୋଲୋଜି ଗ୍ରୁପ୍ ଓ ଏସଟି ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ଏନଭି ମିଶି ଭାରତରେ ଏକ ସେମିକଣ୍ଡକ୍ଟର କାରଖାନା ପ୍ରତିଷ୍ଠା କରିବେ। ରିପୋର୍ଟ ଅନୁଯାୟୀ, ଉଭୟ କମ୍ପାନୀ ୪୦ ନାନୋମିଟର ଚିପ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ସରକାରୀ ସହାୟତା ପାଇଁ ଆବେଦନ କରିବାକୁ ଯାଉଛନ୍ତି।

ପ୍ରକୃତ କଥା ହେଲା ଭାରତ ସରକାର ଚୀନ ଓ ତାଇୱାନ ଉପରେ ନିର୍ଭରଶୀଳତା କମାଇବା ପାଇଁ ଦେଶରେ ହିଁ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ଚାହୁଁଛନ୍ତି। କାରଣ ସେମିକଣ୍ଡକ୍ଟର ବିଭିନ୍ନ ଉପକରଣ ରେଫ୍ରିଜରେଟର ଠାରୁ ଆରମ୍ଭ କରି ଟିଭି, ୱାଶିଂ ମେସିନ୍ ପର୍ଯ୍ୟନ୍ତ କାର୍ ପର୍ଯ୍ୟନ୍ତ ଅନେକ ଜିନିଷରେ ସେମିକଣ୍ଡକ୍ଟର ବହୁଳ ବ୍ୟବହାର ହେଉଛି। ତେଣୁ ରଣନୀତିକ ଦୃଷ୍ଟିକୋଣରୁ ସେମିକଣ୍ଡକ୍ଟରଗୁଡ଼ିକ ମଧ୍ୟ ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।

ଦୁଇ କମ୍ପାନୀ ୪୦-ନାନୋମିଟର ଚିପ୍ ନିର୍ମାଣ କରିବାକୁ ସରକାରୀ ଆବେଦନ କରିବେ। ଏହି ଚିପ୍ କାର୍, କ୍ୟାମେରା, ପ୍ରିଣ୍ଟର୍ ଭଳି ଉତ୍ପାଦରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ତେଣୁ ଯଦି ଏହି ବର୍ଗର ସେମିକଣ୍ଡକ୍ଟର ନିର୍ମାଣ ହେବ ତେବେ ଭାରତରେ ତତ୍‌ସମ୍ପର୍କିତ ସାମଗ୍ରୀ ଶସ୍ତା ହୋଇପାରେ।

ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାର ଏକ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଭାରତରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରୁଥିବା କମ୍ପାନୀଗୁଡିକ କିଛି ସର୍ତ୍ତ ପୂରଣ କଲେ ସରକାରଙ୍କ ସେମାନଙ୍କୁ ସହାୟତା ଦେବେ।

ପଢ଼ନ୍ତୁ-ଧୋଲେରାରେ ସ୍ଥାପନ ହେବ ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୧ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର

ପୂର୍ବରୁ ପ୍ଲାଣ୍ଟ ପାଇଁ ମହାରାଷ୍ଟ୍ରରେ ଜାଗା ଦିଆଯାଇଥିଲା। ହେଲେ ପରେ ଗୁଜରାଟକୁ ଏହି ପ୍ଲାଣ୍ଟ ସ୍ଥାନାନ୍ତରିତ କରାଯାଇଥିଲା। ପ୍ଲାଣ୍ଟ ସ୍ଥାପନ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ନିବେଶ ମଧ୍ୟ ସ୍ଥିର କରାଯାଇଥିଲା।

ସୂଚନା ଥାଉକି ଫକ୍ସକନ୍ ହେଉଛି ବିଶ୍ୱର ସବୁଠୁ ବଡ଼ କଣ୍ଟ୍ରାକ୍ଟ ମେନୁଫେକ୍ଚର(ଠିକା ଭିତ୍ତିକ ନିର୍ମାଣକାରୀ) କମ୍ପାନୀ।। ଏହି କମ୍ପାନୀ ଅପଲ ପାଇଁ ଆଇଫୋନ ସମେତ ଅନେକ ଉତ୍ପାଦ ତିଆରି କରିଥାଏ। ତେବେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ପାଇଁ କମ୍ପାନୀ ପୂର୍ବରୁ ଚୀନ ଉପରେ ବହୁଳ ଭାବରେ ନିର୍ଭର ଥିଲା। ହେଲେ ବର୍ତ୍ତମାନ ଭାରତ ଉପରେ ଭରସା କରି ପ୍ଲାଣ୍ଟ ସ୍ଥାନାନ୍ତରିତ କରୁଛି।

ଫକ୍ସକନ୍ ମଧ୍ୟ ଭାରତରେ ଏକ ଇଲେକ୍ଟ୍ରୋନିକ୍ସ ଯାନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି। କମ୍ପାନୀର ଚେୟାରମ୍ୟାନ୍ ନିକଟରେ କହିଥିଲେ ଯେ ଆସନ୍ତା ବର୍ଷରେ ଭାରତ ବିଶ୍ୱର ଉତ୍ପାଦନ ହବ୍ ଭାବରେ ଚୀନକୁ ପଛରେ ପକାଇ ଦେବ।

   Related Posts