ଚୀନକୁ ପୁଣି ଝଟକା, ଭାରତରେ ଅତିରିକ୍ତ ୧.୬ ବିଲିୟନ ଡଲାର ନିବେଶ କରିବ ଫକ୍ସକନ

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ: ଭାରତରେ ଏହାର ବିସ୍ତାର ଯୋଜନା ଅନୁଯାୟୀ ଆପଲ୍ ଆଇଫୋନ ନିର୍ମାଣ କରୁଥିବା ତାଇଓ୍ବାନ କମ୍ପାନି ଫକ୍ସକନ, ୧.୬ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି। ସୋମବାର, ତାଇଓ୍ବାନର ଏକ୍ସଚେଞ୍ଜ ଫାଇଲିଙ୍ଗରୁ ଏହି ସୂଚନା ମିଳିଛି। ଏହି ଖୁଲାସାରେ କମ୍ପାନି କହିଛି, ପରିଚାଳନା ପାଇଁ ଆବଶ୍ୟକତା ପୂରା କରିବା ପାଇଁ ନିବେଶ କରୁଛି।

ରିପୋର୍ଟ ଅନୁଯାୟୀ, ଫକ୍ସକନ ଏବଂ ଅନ୍ୟ ତାଇଓ୍ବାନ କମ୍ପାନିମାନେ ଚୀନ ଏବଂ ଆମେରିକା ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ଚୀନ ବାହାରେ ନିବେଶ ବଢ଼ାଇବାକୁ ଚାହୁଛନ୍ତି ଏବଂ ଫକ୍ସକନ ଭାରତରେ ନିବେଶର ଏହି ନିଷ୍ପତ୍ତିକୁ ଏହି କ୍ରମରେ ରହିଛି। ଅବଶ୍ୟ ଏହି ନିବେଶ ଫକ୍ସକନର ପୁରୁଣା ଫ୍ୟାକ୍ଟ୍ରିରେ ହିଁ ହେବ।

ଆହୁରି ପଢ଼ନ୍ତୁ: ଟାଟାଙ୍କ ମେଗା ପ୍ଲାନ୍, ସମସ୍ତଙ୍କ ହାତକୁ ଆସିବ ଭାରତୀୟ ଆଇଫୋନ, ୨୮ ହଜାର ଲୋକଙ୍କ ନିମନ୍ତେ କର୍ମ ନିଯୁକ୍ତିର ସୁଯୋଗ

ସୂଚନାଥାଉକି, ଫକ୍ସକନର ଅଧାରୁ ଅଧିକ ଆୟ ଆପଲରୁ ଆସିଥାଏ। କମ୍ପାନି ଆପଲ ଆଇଫୋନ ବ୍ୟତୀତ ଅନ୍ୟ ଉତ୍ପାଦ ଗତ କିଛି ବର୍ଷରୁ ଭାରତରେ ନିର୍ମାଣ କରୁଛି। ଆପଲ ନୂଆ ଆଇଫୋନ ୧୫ର ଉତ୍ପାଦନ ଫକ୍ସକନ ଭାରତରେ କରିଛି। ଫକ୍ସକନର ପ୍ରତିନିଧି କହିଛନ୍ତି ଯେ କମ୍ପାନି ଭାରତରେ ଏହାର ଆକାର ବିସ୍ତାର କରିବାକୁ ଚାହୁଛି।

ଫକ୍ସକନ୍‌ର ୯ ଉତ୍ପାଦନକ୍ୟାମ୍ପସରେ ୩୦ରୁ ଅଧିକ ଫ୍ୟାକ୍ଟ୍ରି ରହିଛି ଯେଉଁଥିରେ ୧୦ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। କମ୍ପାନିକୁ ଏଥିରୁ ବାର୍ଷିକ ୧୦ ବିଲିୟନ ଡଲାରରୁ ଅଧିକ ଆୟ ହୋଇଥାଏ। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ କର୍ଣ୍ଣାଟକ ସରକାର ଏହି ଘୋଷଣା କରିଥିଲେ ଯେ, ଫକ୍ସକନ ରାଜ୍ୟରେ ୬୦୦ ମିଲିୟନ ଡଲାରର ନିବେଶରେ ଦୁଇ ଫ୍ୟାକ୍ଟ୍ରି କରିବ  ଯେଉଁଥିରୁ ଗୋଟିଏ ପ୍ଲାଣ୍ଟରେ ଆଇଫୋନ ପାଇଁ ମେକାନିକାଲ ଏନକ୍ଲୋଜର ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ବେଦାନ୍ତ ସହ ବ୍ରେକ୍‌ଅପ୍‌ ପରେ ଫକ୍ସକନକୁ ମିଳିଲା ଆଉ ଏକ ପାର୍ଟନର୍‌ ! ଖୁବ୍‌ଶୀଘ୍ର ଆରମ୍ଭ ହେବ ସେମିକଣ୍ଡକ୍ଟର ପ୍ଲାଣ୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.