ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ଖାଇ ଅସୁସ୍ଥ ହେଲେ ୪୮ ଛାତ୍ରଛାତ୍ରୀ

29/06/2022 at 6:35 PM

ରାଉରକେଲା ୨୯/୦୬ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବାଣ୍ଠୁପଡ଼ା ସରକାରୀ ପ୍ର।ଥମିକ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ଖାଇବା ପରେ  ୧୦ ଜଣରୁ ଅଧିକ ଛାତ୍ରଛାତ୍ରୀ ବାନ୍ତି କରିବା ସହିତ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟ ସମସ୍ତ ୪୮ ଜଣ  ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଯିବା ସହ ତାଙ୍କୁ ଔଷଧ ଦିଆଯାଇଛି।

ଛାତ୍ର ଛାତ୍ରୀଙ୍କ କହିବା ଅନୁସାରେ ଆଜି ବୁଧବାର ଥିବାରୁ ମଧ୍ୟାହ୍ଣ ଭୋଜନରେ ଅଣ୍ଡା ତର୍କାରି ହୋଇଥିଲା। ଅଣ୍ଡା ଭାତ ଖାଇବା ପରେ ବାନ୍ତି ଆରମ୍ଭ ହୋଇଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ କିଛି ଛାତ୍ରଛାତ୍ରୀ ଖରାପ ଅଣ୍ଡା ଖାଇ ତାଙ୍କ ପେଟ ଖରାପ ହେବା ସହ ତାଙ୍କୁ ବାନ୍ତି ହୋଇଥିଲା। ଚିକତ୍ସା ପରେ ବର୍ତ୍ତମାନ ସମସ୍ତ ପିଲା ସୁସ୍ଥ ଥିବା ଜଣାପଡ଼ିଛି। ଘଟଣା ଘଟିବା ପରେ ଖାଦ୍ୟର ମାନକୁ ନେଇ ତଦନ୍ତ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ କହିବା ଅନୁସାରେ ଖରାପ ଅଣ୍ଡା କାହିଁକି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

   Related Posts