କାର୍ତ୍ତିକ ମାସରେ ଚତୁର୍ଥ ସୋମବାର, ବାବା ଧବଳେଶ୍ୱରଙ୍କ ପୀଠରେ ଲାଗିଛି ଗହଳି

Published By : Prameya-News7 Bureau | November 20, 2023 IST

ଆଠଗଡ଼ ୨୦।୧୧ : କାର୍ତ୍ତିକ ମାସରେ ଚତୁର୍ଥ ସୋମବାର । ବେଶ୍‌ ଚଳ ଚଞ୍ଚଳ ଆଠଗଡ଼ରେ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ ।  ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଭିଡ । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

{"id":872055,"sizeSlug":"full","linkDestination":"none"}

ସେପଟେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ ସାଙ୍ଗକୁ ବଡ଼ ଓଷା । ଶେଷ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ପଡୁଥିବାରୁ ଆଜିର ଏହି ସୋମବାରରେ ବେଶ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ। ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ବାସ ରହିଛି । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି ।

{"id":872056,"sizeSlug":"full","linkDestination":"none"}

ରାତ୍ର ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି ହୁଏ । ଏହା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା। ଶ୍ରଦ୍ଧାଳୁ ମାନେ କଂକ୍ରିଟ ସେତୁ ଦେଇ  ବାବା ଧବଳେଶ୍ୱରଙ୍କୁ  ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

wp:embed {"url":"https://www.prameyanews7.com/anushka-sharma-and-athiya-shettys-reaction-seen-in-the-video/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anushka-sharma-and-athiya-shettys-reaction-seen-in-the-video/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.