scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଥ ନିର୍ମାଣର ଚତୁର୍ଥ ଦିନ, ତୁମ୍ବ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ବିଶ୍ଵକର୍ମା ମହାରଣା

27/04/2023 at 3:31 PM

ପୁରୀ ୨୭/୦୪: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ପୁରୀ ଶ୍ରୀନଅର ସମ୍ମୁଖ ରଥଖଳା । ରଥ ନିର୍ମାଣର ଚତୁର୍ଥ ଦିନରେ ତିନି ରଥର ବିଶ୍ଵକର୍ମା ମହାରଣା ମାନେ ୨୦ ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏପଟେ ରଥଯାତ୍ରା ପାଖେଇ ଆସୁଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ବରିଷ୍ଠ ସେବାୟତ ।

ସେହିପରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଶିଘ୍ର ଶେଷ ହେବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ରଥଯାତ୍ରାରେ ସାମିଲ ହେବାକୁ ଥିବା ଭକ୍ତ ଓ ସେବାୟତଙ୍କ ପାଇଁ ସ୍ବତନ୍ତ୍ର ବୀମା ରାଶିର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ତିନି ରଥର ମୋଟ ୪୨ଟି ତୁମ୍ବରୁ ଆଜି ସୁଦ୍ଧା ୨୦ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି।

କରତି ସେବକମାନେ ବଡ଼ ବଡ଼ ଫାଶୀ କାଠ ଗଣ୍ଡିକୁ କରତ ସାହାଯ୍ୟରେ କାଟି ବିଶ୍ଵକର୍ମା ମହାରଣାଙ୍କୁ ଯୋଗାଉଛନ୍ତି । ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ୬ଟି ଚକ ସହ ତିନୋଟି ଅଖ ଡେରାଯିବାର ବିଧି ରହିଛି। ଏଣୁ ତୁମ୍ବ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରି କିଭଳି ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେନେଇ ଲକ୍ଷ ରଖିଛନ୍ତି ମହାରଣା ସେବକ । ସକାଳ ୮ଟା ରୁ ରାତି ୮ଟା ପର୍ଯ୍ୟନ୍ତ ବିଶ୍ବକର୍ମା, ଭୋଇ, କରତି ଓ କମାର ସେବକ ମାନେ ବେଶ୍ ନିଷ୍ଠାର ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି।

ଏପଟେ ରଥଯାତ୍ରା ପାଖେଇ ଆସୁଥିବାରୁ ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟ କିଭଳି ଶିଘ୍ର ଶେଷ ହେବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ସେବାୟତ। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ମରାମତି ପାଇଁ ୧୪ଲକ୍ଷ ୮୨ ହଜାର ୪୪୭ ଟଙ୍କାର ବ୍ୟୟ ବରାଦ କରାଯାଇଛି ।

   Related Posts