ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚୋର ସନ୍ଦେହରେ ୪ ଜଣଙ୍କୁ ନିସ୍ତୁକ ପିଟି ପୋଲିସର ଜିମାଦେଲେ ଲୋକେ

26/06/2022 at 4:57 PM

ଭଦ୍ରକ ୨୬/୦୪ : ଗାଡ଼ି ଚୋରି ସନ୍ଦେହରେ ଲୋକମାନେ ମିଶି ୪ ଜଣଙ୍କୁ ନିସ୍ତୁକ ପିଟିଛନ୍ତି। ଭଦ୍ରକ ଟାଉନଥାନା ଅଧିନ ଗାନ୍ଧୀ ପଡ଼ିଆରେ ସ୍ଥାନୀୟ ଲୋକମାନେ ୪ ଜଣଙ୍କୁ ଚୋର ସନ୍ଦେହରେ ଅଟକ ରଖି ପୋଲିସର ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ୪ ଦିନ ତଳେ ଭଦ୍ରକ ଟାଉନ ଥାନା ଅଧିନ ଗାନ୍ଧୀପଡ଼ିଆ ପାଖ ଏକ ଘରୋଇ ନର୍ସିଂହୋମରେ କାର୍ଯ୍ୟରତ ଜଣେ ଯୁବକଙ୍କର ଗାଡ଼ି ଚୋରି ହୋଇଥିଲା।

ଏହି ଗାଡ଼ିର ନମ୍ବର ପ୍ଲେଟକୁ ଭାଙ୍ଗି ଚୋର ଜଣକ ଚରମ୍ପା ରେଳ ଲାଇନ ସେପଟକୁ ଯାଇଥିବା ବେଳେ ସ୍ଥାନୀୟ ଲୋକ ସେହି ବାଇକକୁ ଦେଖି ପାଢ଼ୀ ନର୍ସିଂହୋମ କର୍ମଚାରୀଙ୍କୁ ଜଣାଇବା ପରେ କେତେକ ଯୁବକ ଏହି ସ୍ଥାନକୁ ଯାଇ ଚୋରମାନଙ୍କୁ ପିଛା କରିଥିଲେ। ପରେ ଚରମ୍ପାରେ ଥିବା ପ୍ରଭାତ ଆର୍ଟ ଆଗରେ ଧରି ଗାନ୍ଧୀ ପଡିଆକୁ ଆଣି ପଚରା ଉଚରା କରି ବା ସହିତ ନିସ୍ତୁକ ପିଟିଥିଲେ ଓ ପରେ ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ସେମାନଙ୍କୁ ଅଟକ ରଖି ମୋଟର ସାଇକେଲ ଚୋରି ଉପରେ ତଦନ୍ତ କରିବା ସହ ପଚରା ଉଚୁରା କରୁଛି ।

   Related Posts