ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା : ପରସ୍ପର ସହ ମୁହାଁମୁହିଁ ହେଲା ୪ ଗାଡି, ଜଣେ ମୃତ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫।୦୫: ଉତ୍ତରପ୍ରଦେଶର ଏକ ସଡକ ଦୁର୍ଘଟଣା ହୋଇଛି । ନୋଏଡା ସ୍ଥିତ ପୋଲିସ ଷ୍ଟେସନ ଦନକୌର ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଚାରିଟି ଗାଡି ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। 

ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୨ଟାରେ ଆଗ୍ରା ଠାରୁ ଯମୁନା ଏକ୍ସପ୍ରେସୱେରେ ଗ୍ରେଟର ନୋଏଡା ଆଡ଼କୁ ଆସୁଥିବା ବେଳେ ଚାରିଟି ବାଣିଜ୍ୟିକ ଗାଡି ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ।

ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଯାନବାହାନ ବହୁତ କ୍ଷତିଗ୍ରସ୍ତ ହୋଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କହିଛନ୍ତି ଯେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.