ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ୪ ଗାଡି, ତିନୋଟି ଗାଡ଼ିକୁ ଟାଣି ଆଣୁଥିଲା ମିନିଟ୍ରକ୍

Published By : Prameya-News7 Bureau | February 23, 2024 IST

ଖୋର୍ଦ୍ଧା ୨: ରାସ୍ତାକଡ଼କୁ ଓଲଟିଲା ୪ଟି ଗାଡି । ଜାତୀୟ ରାଜପଥ ୫୭ ନମ୍ବର ବାଘମାରୀ ନିକଟ ବାମଡିହ ଠାରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୫୭ ନମ୍ବର ବାଘମାରୀ ନିକଟ ବାମଡିହ ଠାରେ ତିନୋଟି ଗାଡ଼ିକୁ ଗୋଟିଏ ମିନିଟ୍ରକ୍ ଟାଣି କରି ଆଣୁଥିଲା । ତିନୋଟି ଗାଡି ଟଣା ହୋଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ଅନ୍ୟ ଗାଡ଼ିଗୁଡିକରେ କେହି ନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବେଗୁନିଆ ଓ ବାଘମାରୀ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ତେବେ ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି ।

You Can Read :

wp:embed {"url":"https://www.prameyanews7.com/odisha-fire-service-personnel-called-off-strike/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-fire-service-personnel-called-off-strike/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.