ରାଜଧାନୀରେ ସିରିଜ୍ ଦୁର୍ଘଟଣା, ୨ କାର୍ ଓ ଗୋଟିଏ ବାଇକ୍‌କୁ ଧକ୍କାଦେଲେ ମଦ୍ୟପ କାର୍ ଡ୍ରାଇଭର

Published By : Prameya-News7 Bureau | February 22, 2024 IST

ଭୁବନେଶ୍ବର ୨୨।୨: ଭୁବନେଶ୍ବର ଲକ୍ଷ୍ମୀସାଗର କଟକ ରୋଡ୍‌ରେ ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଚାରୋଟି ଗାଡ଼ି ଚୁରମାର ହୋଇଛି । ଏକ କାର୍‌ର ଚାଳକ ମଦ୍ୟପାନ କରି ପ୍ରଥମେ ଅନ୍ୟ ଏକ କାର୍‌କୁ ପିଟିଥିଲା । ଏହାପରେ ଆଉ ଏକ କାର୍‌କୁ ଧକ୍କା ଦେଇ ବାଇକ୍ କୁ ପିଟିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପହଞ୍ଚି ସଂପୃକ୍ତ ଗାଡ଼ି ଡ୍ରାଇଭରଙ୍କୁ କାବୁ କରିଥିଲେ ।

ଖବର ପାଇ ପିସିଆର ଭ୍ୟାନ୍ ପହଞ୍ଚି ଡ୍ରାଇଭରଙ୍କୁ ଧରି ଥାନାକୁ ନେଇଛନ୍ତି । ଦୁର୍ଘଟଣା ଅଞ୍ଚଳରେ  ଉତ୍ତେଜନା ଦେଖିବାକୁ ମିଳିଛି । କ୍ଷତିଗ୍ରସ୍ତ ହୋଇଥିବା ଗାଡ଼ି ମାଲିକମାନେ  ତୁରନ୍ତ ଟଙ୍କା ଦେଇ ଗାଡ଼ି ସଜାଡି ଦେବାକୁ କହି ବଚସା କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଥାନାକୁ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/train-engine-catches-fire-near-joranda-station-of-dhenkanal-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/train-engine-catches-fire-near-joranda-station-of-dhenkanal-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.