ଆନ୍ତଃ ରାଜ୍ୟ ରାକେଟ୍‌ର ପର୍ଦ୍ଦାଫାଶ : ୪ ବାଘ ଛାଲ ଜବତ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 10, 2021 IST

କଳାହାଣ୍ଡି ୧୦।୭: ଓ୍ବାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ର ଚଢ଼ାଉ । ୪ ବାଘ ଛାଲ ଜବତ ସହ ୪ ଅଭିଯୁକ୍ତ ଗିରଫ । ଘଟଣାର ଅଧିକ ତଦନ୍ତ ଜାରି ରଖାଯାଇଛି ।

{"id":478261,"width":749,"height":337,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଓ୍ବାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ଜାଲ ବିଛାଇ ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୩ କଲରାପତରିଆ ବାଘ ଛାଲ ସହ ଗୋଟିଏ ମହାବଳ ବାଘ ଛାଲ ଜବତ କରିଛି । ଏହି ଚଢାଉରେ କ୍ରାଇମ୍ ବୋର୍ଡ ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ବରେ ଗରିଆବନ୍ଧ, ନୂଆପଡା ଓ କଳାହାଣ୍ଡି ବନ ଅଧିକାରୀ ସାମିଲ ରହିଥିଲେ । ଏହି ଟିମ୍ ବେପାରୀ ପରିଚୟ ଦେଇ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ସାମଗ୍ରୀ ଚୋରାଚାଲାଣକାରୀ ଦଳର ପର୍ଦ୍ଦାଫାଶ କରିଥିଲା । ଏହି ରାକେଟ ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗରେ ସକ୍ରିୟ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.